Categories: ଜାତୀୟ

ସୀମା ବିବାଦ: ଆସାମ-ମିଜୋରାମରେ ଜଳାପୋଡ଼ା

ନୂଆଦିଲ୍ଲୀ, ୧୯।୧୦: ସୀମା ବିବାଦକୁ ନେଇ ଆସାମ ଏବଂ ମିଜୋରାମରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିବା ସହିତ ବ୍ୟାପକ ଜଳାପୋଡ଼ା ଘଟିଛି। ଦୁଇ ରାଜ୍ୟରର ସୀମାବର୍ତ୍ତୀ ଅଞ୍ଚଳ ଏପରି ଘଟିଛି। ଏସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଛନ୍ତି। ଦୁଇ ରାଜ୍ୟର ସୀମାରେ ଘଟିଥିବା ସଂଘର୍ଷରେ କେତେକ ଲୋକ ଆହତ ହୋଇଥିବା ରିପୋର୍ଟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଦାଖଲ ମଧ୍ୟ କରାଯାଇଛି। ସୀମା ବିବାଦ ସମ୍ପର୍କରେ ସୋନଓ୍ବାଲ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ସହିତ ଆଲୋଚନା କରିଛନ୍ତି। ଏହାର ସମାଧାନ ପାଇଁ ଉଦ୍ୟମ ଜାରି ରହିଥିବା କୁହାଯାଉଛି। ସ୍ଥିତି ନିୟନ୍ତ୍ରଣରେ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଆସାମର କଛାର ଜିଲା ଏବଂ ମିଜୋରାମ୍‌ର କୋଲାସିବ୍‌ ଜିଲାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। କଛାର ଜିଲାର ଲାୟଲପୁର ଅଞ୍ଚଳରେ ଅନ୍ତଃରାଜ୍ୟ ସୀମା ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଉତ୍ୟକ୍ତ ଲୋକେ କେତେକ ଘରେ ନିଆଁ ମଧ୍ୟ ଲଗାଇଦେଇଥିବା ଅଭିଯୋଗ ହୋଇଛି।

Share