Categories: ଖେଳ

ବର୍ଡର-ଗାଭାସ୍କର ଟ୍ରଫି: ଅନ୍ତିମ ଟେଷ୍ଟରେ ଟିମ୍‌ ଇଣ୍ଡିଆରେ ଖେଳାଳି ପରିବର୍ତ୍ତନ

ଅହମଦାବାଦ,୮ା୩: ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମାର୍ଚ୍ଚ ୯ରେ ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଟେଷ୍ଟ ସିରିଜର ଶେଷ ମ୍ୟାଚରେ ଟିମ୍‌ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହୋଇପାରେ। ତୃତୀୟ ଟେଷ୍ଟ ମ୍ୟାଚରେ ବାଦ ପଡିଥିବା ମହମ୍ମଦ ସାମି ଦଳକୁ ଫେରିପାରନ୍ତି। ତେବେ ଦଳରୁ ମହମ୍ମଦ ସିରାଜଙ୍କୁ ବାହାରେ ବସିବାକୁ ପଡିପାରେ। ଏପରି କି ଦଳରେ ଇଷାନ୍‌ କିଷାନଙ୍କୁ ସୁଯୋଗ ମିଳିପାରେ ବୋଲି ଜଣାପଡ଼ିଛି।

ଇନ୍ଦୋର ଟେଷ୍ଟରେ ଅଷ୍ଟ୍ରେଲିଆ ଦମ୍‌ଦାର କମ୍‌ବ୍ୟାକ କରିଥିଲା। ଫଳରେ ମ୍ୟାଚର ତୃତୀୟ ଦିନରେ ଭାରତ ପରାସ୍ତ ହୋଇଥିଲା। ହେଲେ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ବିଶ୍ୱଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିବାକୁ ଭାରତକୁ ଏହି ମ୍ୟାଚ ଜତିବାକୁ ହେବ। ଏହା ବ୍ୟତୀତ ଦଳରେ ଇଷାନ୍‌ କିଷାନଙ୍କୁ ମଧ୍ୟ ସୁଯୋଗ ମିଳିପାରେ।

ସୂଚନାଯୋଗ୍ୟ, ଶେଷ ଟେଷ୍ଟ ମ୍ୟାଚରେ ଷ୍ଟିଭ୍‌ ସ୍ମିଥ୍‌ ଅଧିନାୟକ ରହିବା ନେଇ ଅଷ୍ଟ୍ରେଲିଆ କ୍ରିକେଟ କୁହାଯାଇଛି। ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ ଦ୍ୱିତୀୟ ଟେଷ୍ଟ ପରେ ତାଙ୍କ ମା’ଙ୍କ ଶାରୀରିକ ଅସୁସ୍ଥତା ଯୋଗୁ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରିଥିଲେ। ତୃତୀୟ ଟେଷ୍ଟରେ କୁମିନ୍ସ ଫେରିବା ନେଇ ଆଶା କରାଯାଉଥିଲେ ମଧ୍ୟ ସେ ଫେରି ନ ଥିଲେ। ଫଳରେ ଇନ୍ଦୋରରେ ଅନୁଷ୍ଠିତ ତୃତୀୟ ଟେଷ୍ଟରେ ସ୍ମିଥ୍‌ ଷ୍ଟାଣ୍ଡ ଇନ୍‌ କ୍ୟାପଟେନ୍‌ ଦାୟିତ୍ୱ ତୁଲାଇଥିଲେ। ଅଷ୍ଟ୍ରେଲିଆ କ୍ରିକେଟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୁମିନ୍ସ ଅହମଦାବାଦ ଟେଷ୍ଟରେ ଖେଳିବେ ନାହିଁ। ଫଳରେ ସ୍ମିଥ ଅନ୍ତିମ ତଥା ଚତୁର୍ଥ ଟେଷ୍ଟରେ ଅଧିନାୟକ ଦାୟିତ୍ୱ ନିର୍ବାହ କରିବେ।

Share