Categories: ଜାତୀୟ

ସୀମା ଉପରେ ରହିଛି କଡ଼ା ନଜର, ସୂଚନା ଦେଲା ବିଏସ୍‌ଏଫ୍‌…

ଶ୍ରୀନଗର,୧୩।୯: ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତା ଦଖଲ ପରେ ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ କଡ଼ା ନଜର ରଖାଯାଇଛି। ଏନେଇ ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଭାରତରେ ଅନୁପ୍ରବେଶ ପାଇଁ ପାକିସ୍ତାନର ଷଡ଼ଯନ୍ତ୍ରକୁ ରୋକିବା ପାଇଁ ମିଳିତ ସୁରକ୍ଷା କର୍ମୀ ସଜାଗ ରହିଛନ୍ତି। ଏହା ସହିତ ସୁରକ୍ଷାକର୍ମୀଙ୍କୁ କେତେକ ତାଲିମ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା । ବିଏସ୍‌ଏଫ୍‌ ଇନସ୍ପେକ୍ଟର ଜେନେରାଲ ଏନ୍‌.ଏସ୍‌. ଜମାଓ୍ବାଲ ସୂଚନା ଦେଇଛନ୍ତି।

ଜମ୍ମୁ-କଶ୍ମୀରରେ ସମ୍ଭାବ୍ୟ ତାଲିବାନ ଅନୁପ୍ରବେଶକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମଧ୍ୟ ଏବଂ ଦକ୍ଷିଣ ଏସିଆର ନୂତନ ରାଜନୈତିକ ସ୍ଥିତିର ପରିବର୍ତ୍ତନ ଦ୍ୱାରା ଭାରତର ସୀମା ତଥା ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଥିବାରୁ ଏନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ସେ କହିଛନ୍ତି।

କିଛି ଦିନ ପୂର୍ବରୁ ସୁରକ୍ଷା ଏଜେନ୍ସିଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ସତର୍କ ସୂଚନା କାରି କରାଯାଇଥିଲା ଯେ ଭାରତର ପଶ୍ଚିମ ଏବଂ ପୂର୍ବ ଭାଗର ଖୋଲା ସୀମା ଦେଇ ପାକିସ୍ତାନରୁ ଅନୁପ୍ରବେଶ ବୃଦ୍ଧି ପାଇବାର ଆଶଙ୍କା ରହିଛି।

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ପାକିସ୍ତାନ ସୀମାରେ କେତେକ ଆଙ୍କବାଦୀ ସଂଗଠନ ସକ୍ରିୟ ହୋଇଯାଇଛନ୍ତିି। କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏବଂ ଏହାର ଗୋଇନ୍ଦା ବିଭାଗ ପକ୍ଷଣଉ ସ୍ବୀକାର କରାଯାଇଛି ଯେ ବିଏସଏଫ, ଏସଏସବି, ଏବଂ ସିଆର୍‌ପିଏଫ୍‌ର ସୀମା ପରିଚାଳନାକୁ ପରିବର୍ତ୍ତନ କରିବା ଆବଶ୍ୟକ।

ତାଲିବାନ୍‌ର ଯୁଦ୍ଧ ପଦ୍ଧତିକୁ ଦୃଷ୍ଟିରେ ରଖି ଭାରତ ଯୁଦ୍ଧ ନୀତିକୁ ନବୀକରଣ କରିବାକୁ ପଡିବ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଥିଲା। ଗୋଇନ୍ଦା ବିଭାଗର ସତର୍କ ସୂଚନା ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଥିବା ଇନସ୍ପେକ୍ଟର ଜେନେରାଲ କହିଛନ୍ତି।

Share