ଭୋଗରାଇ,୨୨।୪(ଡି.ଏନ.ଏ.): ମହାମାରୀ କରୋନାର ଦ୍ୱିତୀୟ ଲହର କ୍ଷିପ୍ର ଗତିରେ ସଂକ୍ରମିତ ହେଉଥିବା ବେଳେ ରାଜ୍ୟ ସରକାର ସତର୍କତା ମୂଳକ ଆନ୍ତଃରାଜ୍ୟ ସଡ଼କ ପଥ ସୀମାକୁ ସିଲ୍ କରିଛନ୍ତି। ଏଭଳି ସ୍ଥିତିରେ ବାଲେଶ୍ୱର ଜିଲା ସୀମାନ୍ତ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ଜଳେଶ୍ୱର ଓ ଭୋଗରାଇ ଅଞ୍ଚଳର ମୁଖ୍ୟ ରାସ୍ତାକୁ ପ୍ରଶାସନ ସିଲ୍ କରି ପୋଲିସ ଦ୍ୱାରା ଯାନବାହାନ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଓଡ଼ିଶାରୁ ପଶ୍ଚିମବଙ୍ଗ ସୀମାକୁ ସଂଯୋଗ କରିଥିବା ଏହି ଦୁଇ ବ୍ଲକର ୫୨ଟି ରାସ୍ତା ରହିଥିବା ବେଳେ ବହୁ ରାସ୍ତା ମୁକୁଳା ରହିଛି। ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲପ୍ଲାଜା ଏବଂ ଭୋଗରାଇ ସାହାବାଜିପୁର ବର୍ଡର ଠାରେ ଓଡ଼ିଶା ପୋଲିସ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିଥିବା ବେଳେ ବର୍ଡରରେ ଦୀଘା ପୋଲିସ ମଧ୍ୟ ଯାଞ୍ଚ ବ୍ୟବସ୍ଥାରେ ସହଯୋଗ କରୁଛି। ପଶ୍ଚିମବଙ୍ଗ ନିର୍ବାଚନ ଯୋଗୁ କରୋନା ଭୂତାଣୁ ଝଡ଼ ଭଳି ମାଡ଼ି ଆସୁଥିବାରୁ ପ୍ରବାସୀଙ୍କ ପାଇଁ ସମସ୍ତ ରାସ୍ତାକୁ ସିଲ୍ କରି ସ୍ବାସ୍ଥ୍ୟ ପରୀକ୍ଷା କରିବା ଦାବି ହେଉଛି।