Categories: ଜାତୀୟ

ଦେଶର ସୀମାକୁ କରାଯାଉଛି ସୁଦୃଢ଼: ଜୟଶଙ୍କର…

ନୂଆଦିଲ୍ଲୀ,୭।୮ : ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭୁଟାନ ଏବଂ ଆସାମକୁ ସଂଯୋଗ କରୁଥିବା ରେଳ ଲିଙ୍କ ନେଇ ସୂଚନା ପ୍ରଦାନ କହିଛନ୍ତି। ଏଥି ସହିତ ସେ ମ୍ୟାନମାରର ସୀମା ବିଷୟରେ ମଧ୍ୟ କହିଛନ୍ତି। ଦେଶର ସୀମାକୁ ମଜବୁତ କରାଯାଉଛି।

ଭୁଟାନ ଏବଂ ଆସାମ ମଧ୍ୟରେ ରେଳପଥ ନିର୍ମାଣ ପାଇଁ ଆମେ ଆଲୋଚନା କରୁଛୁ। ପର୍ଯ୍ୟଟକମାନଙ୍କ ପାଇଁ ଅଧିକ ପଏଣ୍ଟ ଖୋଲିବାକୁ ଭୁଟାନ ବହୁତ ଆଗ୍ରହୀ ଏବଂ ଏହା ଆସାମ ପାଇଁ ବହୁତ ଭଲ ହେବ। ଭୁଟାନ-ଚାଇନା କଥାବାର୍ତ୍ତା ଜାରି ରହିଛି। ସେମାନେ ଇତି ମଧ୍ୟରେ ୨୪ ରାଉଣ୍ଡ ଆଲୋଚନା ଶେଷ କରିଛନ୍ତିି। ଆମେ ତାଙ୍କ କଥାବାର୍ତ୍ତା ଉପରେ ନଜର ରଖିଛୁ। ଏହା ଆମ ଉପରେ କି ପ୍ରଭାବ ପକାଇବ ତାହା ଚିନ୍ତା କରୁଛୁ।

ମ୍ୟାନମାର ସହିତ ସୀମା ପରିସ୍ଥିତି ଚ୍ୟାଲେଞ୍ଜପୂର୍ଣ୍ଣ। ତଟୀୟ ବନ୍ଦର କାର୍ଯ୍ୟକ୍ଷମ ଏବଂ ଆମେ ଆଶା କରୁଛୁ ଉପକୂଳ ପରିବହନ ପରିବହନ ଚୁକ୍ତି ଚଳିତ ବର୍ଷ ଶେଷ ହେବ। ସେ କହିଛନ୍ତି ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ମ୍ୟାନମାର ତ୍ରିପାକ୍ଷିକ ରାଜପଥ ଏକ ବଡ ଆହ୍ବାନ। ଚ୍ୟାଲେଞ୍ଜର ମୁକାବିଲା ପାଇଁ ଆମେ ମ୍ୟାନମାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛୁ।

ଏହି ସମୟରେ ସେ ଚାଇନେ ସହ ସମ୍ପର୍କର ଅବନତି ବିଷୟରେ ମଧ୍ୟ କହିଥିଲେ। ଭାରତ-ଚାଇନା ସୀମା ଆଲୋଚନା ବନ୍ଦ ହୋଇନାହିଁ। ଏହା ଉପରେ ଖୁବ ଶୀଘ୍ର ଏକ ବୈଠକ ହେବ। ଗତ ତିନିବର୍ଷ ମଧ୍ୟରେ ସୀମା ଶାନ୍ତି ପ୍ରକ୍ରିୟାରେ ଆମେ ଅନେକ ଉନ୍ନତି କରିଛୁ।

Share