Categories: ଜାତୀୟ

ଖରାକୁ ସାମ୍ନା କରିବାକୁ ଆନ୍ଦୋଳନରତ କୃଷକଙ୍କ ପାଇଁ ଲାଗିଲା ଫ୍ରିଜ୍‌, ଫ୍ୟାନ୍‌, ପାଣିପମ୍ପ

ନୂଆଦିଲ୍ଲୀ,୪ ।୩: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଗତ ଡିସେମ୍ବରରୁ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ପ୍ରବଳ ଥଣ୍ଡାକୁ ସାମ୍ନାକରି ମଧ୍ୟ ଏମାନେ ଆନ୍ଦୋଳନରୁ ଓହରି ଯାଇ ନାହାନ୍ତି । ତମ୍ବୁ ମଧ୍ୟରେ ରହୁଥିବା ଏହି କୃଷକମାନେ କିପରି ଖରାକୁ ସାମ୍ନା କରିବେ ସେଥିପାଇଁ ଏବେଠାରୁ ବ୍ୟବସ୍ଥା କରାଯାଇଛି । କୃଷକମାନେ କହିଛନ୍ତି ଯେ ଖରାକୁ ସାମ୍ନା କରିବାକୁ ଏବେ ଟିକ୍ରି ସୀମାରେ ଯେଉଁ କୃଷକମାନେ ଆନ୍ଦୋଳନରେ ବସିଛନ୍ତି ସେମାନଙ୍କ ପାଇଁ ବାଉଁଶ କୁଡିଆ, ପାଣି ପମ୍ପ, ବଡ ଫ୍ରିଜ୍‌, ଫ୍ୟାନ୍ ଆଦିର ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ଫେରାଇ ନେବାକୁ କୃଷକମାନେ ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ଦାବି କରି ଆସୁଛନ୍ତି । ଏ ନେଇ ସରକାରଙ୍କ ସହ କଥା ହୋଇଥିଲେ ମଧ୍ୟ ଏହାର କୌଣସି ସମାଧାନ ଏପର୍ଯ୍ୟନ୍ତ ବାହାରି ପାରିନାହିଁ । ସେପଟେ ବିରୋଧୀ ଏହାକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷୁଛି ।

Share