ଅଷ୍ଟମଥର ପିତା ହେଲେ ବୋରିସ ଜନସନ

ଲଣ୍ଡନ,୧୨।୭: ବ୍ରିଟିଶର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପୁଣିଥରେ ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ କ୍ୟାରି ଜନସନ ଜୁଲାଇ ୫ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଇନଷ୍ଟାଗ୍ରାମରେ କ୍ୟାରି ଏହି ସୂଚନା ଦେଇଛନ୍ତି। ଏହି ଦମ୍ପତିଙ୍କ ତୃତୀୟ ଏବଂ ବୋରିସଙ୍କ ଅଷ୍ଟମ ସନ୍ତାନ ଜନ୍ମ ବୋଲି ଜଣାପଡିଛି।
କ୍ୟାରି ଜନସନ ଇନଷ୍ଟାଗ୍ରାମ ତାଙ୍କ ଶିଶୁ କୋଳରେ ଧରି ଏକ ଫଟୋ ଶେୟାର କରି ଲେଖିଛନ୍ତି, ବିଶ୍ୱକୁ ସ୍ବାଗତ। ଫ୍ରାଙ୍କ ଆଲଫ୍ରେଡ ଓଡ଼ିଶୀୟସ୍‌ ଜନସନ ଜୁଲାଇ ୫ରେ ସକାଳ ୯.୧୫ରେ ଜନ୍ମଗ୍ରହଣ କରିଥିଲେ।
ଉଲ୍ଲେଖନୀୟ ବିଷୟ ହେଉଛି, ଜନସନ ଏବଂ କ୍ୟାରି ମେ ୨୦୨୧ରେ ବିବାହ କରିଥିଲେ। ସେମାନଙ୍କର ପ୍ରଥମ ପୁଅ ୱିଲଫ ଏପ୍ରିଲ ୨୦୨୦ରେ ଜନ୍ମଗ୍ରହଣ କରିଥିଲେ। ଝିଅ ରୋମି ଡିସେମ୍ବର ୨୦୨୧ରେ ଜନ୍ମଗ୍ରହଣ କରିଥିଲେ।

Share