Categories: ଜାତୀୟ

ଆଜି ଆସୁଛନ୍ତି ବୋରିସ୍‌ ଜନ୍‌ସନ

ନୂଆଦିଲ୍ଲୀ,୨୧ା୪: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଗୁରୁବାର ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଭାଗିତାକୁ ମଜଭୁତ କରିବା ଏବଂ ପ୍ରତିରକ୍ଷା ସମ୍ବନ୍ଧକୁ ସୁଦୃଢ଼ କରିବାରେ ବୋରିସ୍‌ଙ୍କ ଗସ୍ତ ସହାୟକ ହେବ ବୋଲି ଆଶା କରାଯାଉଛି। ବୋରିସ୍‌ ଗୁରୁବାର ସକାଳେ ଅହମଦାବାଦରେ ପହଞ୍ଚିବେ। ଗୁଜରାଟରେ ଦିନସାରା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେ ସନ୍ଧ୍ୟାରେ ଦିଲ୍ଲୀ ଯିବେ। ନୂଆଦିଲ୍ଲୀରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବ୍ରିଟେନ ପ୍ରତିପକ୍ଷ ୟୁକ୍ରେନ ସଙ୍କଟ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିବେ। ଏହି ଅବସରରେ କେତେକ ଚୁକ୍ତି ସ୍ବାକ୍ଷରିତ ହୋଇପାରେ।

Share