ବ୍ରିଟେନ ପ୍ରଧାନମନ୍ତ୍ରୀ ଚଳାଇଲେ ଭାରତୀୟ କମ୍ପାନୀର ସାଇକେଲ, ଜାଣନ୍ତୁ କାହିଁକି

ଲଣ୍ଡନ,୩୦ା୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ‘ମେଡ ଇନ୍‌ ଇଣ୍ଡିଆ’ ଅର୍ଥାତ୍‌ ଭାରତୀୟ କମ୍ପାନୀର ସାଇକେଲ ଚଲାଉଥିବା ନଜର ଆସିଛନ୍ତି। ଜନସନ କୋଭିଡ୍‌ -୧୯ ସହିତ ଲଢ଼ିବା ପାଇଁ ସାଇକେଲ ଚଳାଇବା ଏବଂ ମେଦବହୁଳତା ହ୍ରାସ କରିବା ପାଇଁ ଏହି ଉପାୟ ଆପଣାଇଛନ୍ତି। ସେ ଏହା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନାରେ ୨ ବିଲିୟନ ପାଉଣ୍ଡ ଅର୍ଥାତ୍‌ ୧୯,୩୯୭ କୋଟି ଖର୍ଚ୍ଚ ହେବ। ଯେଉଁଥିରେ ଲୋକମାନେ ସାଇକେଲ ପାଇଁ ଉତ୍ସାହିତ ହେବେ। ସାଇକେଲ ଷ୍ଟେଶନ ଏବଂ ରୁଟ୍‌ ମଧ୍ୟ ନିର୍ମାଣ ହେବ ବୋଲି ସେ କହିଛନ୍ତି।

କରୋନା ମହାମାରୀ ଏବଂ ମେଦବହୁଳତା ଦୂର କରିବା ପାଇଁ ଜନ୍‌ସନ ଏହି ଯୋଜନା ଆରମ୍ଭ କରିଥିଲେ। ଏହି ସାଇକେଲକୁ ଭାରତୀୟ କମ୍ପାନୀ ହିରୋ ତିଆରି କରିଛି। ଜନ୍‌ସନ ହିରୋ ବାଇକିଂ ପ୍ରୋ ଚଲାଉଥିବା ଦେଖିବାକୁ ମିଳିଛି।

ବୋରିସ୍‌ ଜନ୍‌ସନ କେନ୍ଦ୍ରୀୟ ଇଂଲଣ୍ଡର ନଟିଘଂମସ୍ଥିତ କେନାଲସାଇଡ ହେରିଟେଜ ସେଣ୍ଟର ଆଖପାଖରେ ସାଇକେଲ ଚଲାଉଥିବା ନଜର ଆସିଛନ୍ତି। ବୋରିସ କହିଛନ୍ତି ଯେ, ଏହି ଯୋଜନା ଅଧୀନରେ ହଜାର କିଲୋମିଟର ପର୍ଯ୍ୟନ୍ତ ସାଇକେଲ ଚଳାଇବା ପାଇଁ ଲନ୍‌ ତିଆରି କରାଯାଇଛି। ଯେଉଁଥିରେ ଲୋକମାନେ ସାଇକେଲ ଚଳାଇବା କିମ୍ବା ଚାଲିବା ଦ୍ୱାରା ସେମାନଙ୍କର ମେଦବହୁଳତା ହ୍ରାସ ହୋଇପାରିବ। ଏତଦ୍‌ବ୍ୟତୀତ କୋଭିଡ୍‌ -୧୯ ଏବଂ ଅନ୍ୟାନ୍ୟ ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରିବ ବୋଲି ଜନ୍‌ସନ କହିଛନ୍ତି।

ବୋରିସ କହିଛନ୍ତି, ମୁଁ ନିଶ୍ଚିତ ଯେ ଲୋକମାନେ ସାଇକେଲ ଚଳାଇବାକୁ ଆସିବେ। କାରଣ ଏହି ଦୁଇଟି ଚକା ଲୋକଙ୍କୁ ବହୁ ସାହାଯ୍ୟ କରିବ। ଖାଲି ଏତିକି ନୁହେଁ,ଏଥିପାଇଁ ଲୋକମାନଙ୍କୁ ତାଲିମ ଦିଆଯିବ ବୋଲି ସେ କହିଛନ୍ତି।

Share