Categories: ଜାତୀୟ

ଭାରତର ଆତିଥ୍ୟରେ ଖୁସି ହେଲେ ବୋରିସ: ତେନ୍ଦୁଲକର, ଅମିତାଭଙ୍କ ପରି ଅନୁଭବ କଲେ

ନୂଆଦିଲ୍ଲୀ,୨୨ ।୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦୁଇ ଦିନିଆ ଭାରତ ଗସ୍ତରେ ଗୁରୁବାର ଗୁଜରାଟରେ ପହଞ୍ଚିଥିବା ବେଳେ ଶୁକ୍ରବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କୁ ସାକ୍ଷାତ୍ କରିଥିଲେ । ଉଭୟ ନେତାଙ୍କ ମଧ୍ୟରେ ପ୍ରତିରକ୍ଷା ଓ ବ୍ୟବସାୟ ସମେତ ଅନେକ ବିଷୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା ହେଲା । ଏହାପରେ ବୋରିସ ଜନସନ ମିଡିଆକୁ ସମ୍ବୋଧିତ କରି ମୋଦିଙ୍କୁ ତାଙ୍କର ବନ୍ଧୁ ବୋଲି କହିଛନ୍ତି । ଏହାସହ ବୋରିସ କହିଛନ୍ତି ମୋତେ ସଚ୍ଚିନ ତେନ୍ଦୁଲକର ଓ ଅମିତାଭ ବଚ୍ଚନଙ୍କ ଭଳି ଫିଲ୍ ହୋଇଛି ।
ଜନସନ କହିଛନ୍ତି, ମୋଦି ମୋର ବନ୍ଧୁ ଗୁଜରାଟରେ ଓ ଦିଲ୍ଲୀରେ ମୋର ସ୍ୱତନ୍ତ୍ର ସ୍ୱାଗତ କରାଗଲା । ମୋତେ ତେନ୍ଦୁଲକର ଓ ଅମିତାଭ ବଚ୍ଚନଙ୍କ ଭଳି ଫିଲ୍ ହେଲା । ମୋତେ ଲାଗିଲା ମୋ ଚେହେରା ଯେମିତି ଅମିତାଭଙ୍କ ଭଳି ପ୍ରସ୍ପୁଟିତ ହେଲା । ଜନସନ କହିଛନ୍ତି ଭାରତ-ବ୍ରିଟେନ ମଧ୍ୟରେ ସହଭାଗିତା ଆମ ସମୟର ଅନ୍ୟତମ ବନ୍ଧୁତା ।
ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ, ଖୋଲା ଏବଂ ନିୟମ ଆଧାରିତ ରଖିବାରେ ଉଭୟ ଦେଶର ସାଧାରଣ ଆଗ୍ରହ ରହିଛି । ବାୟୁ, ମହାକାଶ ଓ ସାମୁଦ୍ରିକ ବିପଦକୁ ମୁକାବିଲା କରିବାକୁ ଉଭୟ ଦେଶ ସହମତ ହୋଇଛନ୍ତି । ସ୍ଥାୟୀ, ଘରୋଇ ଶକ୍ତିପାଇଁ ଆମେ ପଦକ୍ଷେପ ଗ୍ରହଣ କରିବୁ । ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରି ଦେଇଛି ।

Share