ଲଣ୍ଡନ,୩।୨: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସାନଭାଇ ଲର୍ଡ ଜୋ ଜନସନ ଆଦାନୀ ଏଣ୍ଟରପ୍ରାଇଜେସ ସହ ଜଡିତ ଏକ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ଆଦାନୀ ଗ୍ରୁପ୍ରୁ ଭରସା ହ୍ରାସ ପାଉଥିବାରୁ ଜନସନ ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦ ଛାଡିଛନ୍ତି। ସେ ଗତ ବର୍ଷ ଜୁନରେ ଏଲାରା କ୍ୟାପିଟାଲ ପ୍ଲାକ୍ସିର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ। ପ୍ରାୟ ଆଠ ମାସ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଲାରା ହେଉଛି ଏକ ପୁଞ୍ଜି ବଜାର ବ୍ୟବସାୟ କମ୍ପାନୀ, ଯାହାକି ଭାରତୀୟ କର୍ପୋରେଟ ଗ୍ରୁପ୍ ପାଇଁ ପାଣ୍ଠି ସଂଗ୍ରହରେ ନିୟୋଜିତ ଅଛି।
ସୂଚନାଯୋଗ୍ୟ, ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ବିବାଦ ଘେରକୁ ଆସିଛି। ସପ୍ତାହକ ମଧ୍ୟରେ ଆଦାନୀ ଗ୍ରୁପ ୮ ଲକ୍ଷ କୋଟି ଟଙ୍କାର କ୍ଷତି ସହିଲାଣି।