Categories: ଜାତୀୟ

ଆସନ୍ତା ସପ୍ତାହରେ ଭାରତ ଆସିପାରନ୍ତି ବୋରିସ୍‌

ନୂଆଦିଲ୍ଲୀ, ୧୪ା୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଆସନ୍ତା ସପ୍ତାହରେ ଭାରତ ଆସିପାରନ୍ତି। ଭାରତ-ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ଚୁକ୍ତିର ୨୬ ଚାପ୍ଟର ମଧ୍ୟରୁ ୪ଟି ସଫଳତାର ସହ ଶେଷ ହୋଇଥିବାବେଳେ ବୋରିସ୍‌ଙ୍କ ନୂଆଦିଲ୍ଲୀ ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି। ତେବେ ଏ ନେଇ ଡାଉନିଂ ଷ୍ଟ୍ରିଟ୍‌ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ଚଳିତ ବର୍ଷ ଶେଷ ଆଡ଼କୁ ସମସ୍ତ ପ୍ରକ୍ରିୟା ସମାପ୍ତ ହେବା ନେଇ ପୂର୍ବରୁ ସମୟ ଧାର୍ଯ୍ୟ କରାଯାଇଥିବାବେଳେ ବୋରିସ୍‌ଙ୍କ ଏହି ଗସ୍ତବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିନିମନ୍ତେ ଟାଇମଲାଇନ୍‌ ଧାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି।

Share