ଏପ୍ରିଲରେ ଭାରତ ଆସିବେ ବୋରିସ୍‌

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଆସନ୍ତା ଏପ୍ରିଲରେ ଭାରତ ଆସିବେ। ୟୁରୋପିଆନ ୟୁନିୟନରୁ ବ୍ରିଟେନ ବାହାରିବା ପରେ ଏହା ବୋରିସ୍‌ଙ୍କ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଗସ୍ତ ବୋଲି ସୋମବାର ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଗତ ଜାନୁୟାରୀରେ ବୋରିସ୍‌ ଭାରତ ଆସିବାର କାର୍ଯ୍ୟକ୍ରମ ରହିଥିଲାବେଳେ କରୋନା ଯୋଗୁ ତାହା ବାତିଲ ହୋଇଥିଲା। ଆସନ୍ତା ଜୁନ୍‌ରେ ବ୍ରିଟେନ ୭ ଧନୀ ରାଷ୍ଟ୍ର ନେତାଙ୍କ ବୈଠକ ଆୟୋଜନ କରିବା ପୂର୍ବରୁ ସେ ଭାରତ ଆସିବାକୁ ଯୋଜନା କରିଥିବା ତାଙ୍କ କାଯ୍ୟାଳୟ ପକ୍ଷରୁ ଜଣାଯାଇଛି।

Share