ପ୍ୟାରିସ୍, ୨।୧: ୟୁରୋପୀୟ ୟୁନିୟନରୁ ବ୍ରିଟେନ ଅଲଗା ହେବାପରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପିତା ଷ୍ଟାନଲି ଜନସନ୍ ଫ୍ରାନ୍ସର ନାଗରିକ ହେବା ପାଇଁ ଇଚ୍ଛା କରିଛନ୍ତି। ଏଥିପାଇଁ ସେ ଆବେଦନ କରିଥିବା ଏକ ଫରାସୀ ରେଡିଓରେ ସାକ୍ଷାତ୍କାର ଦେବା ବେଳେ ପ୍ରକାଶ କରିଛନ୍ତି। ୟୁରୋପିଆନ ପାର୍ଲାମେଣ୍ଟର ସଦସ୍ୟ ଥିବାବେଳେ ୨୦୧୬ରେ ଷ୍ଟାନଲି ବ୍ରେକ୍ଜିଟ୍ ବିରୋଧରେ ଭୋଟ ଦେଇଥିଲେ। ତେବେ ଫ୍ରାନ୍ସ ନାଗରିକ ହେବା ପଛର କାରଣ ସମ୍ପର୍କରେ ଷ୍ଟାନଲି କହିଛନ୍ତି, ସେ ମୂଳତଃ ଜଣେ ଫରାସୀ।