ଦିଲ୍ଲୀରେ ଜନ୍ମ , ହୋଇଥିଲେ ପାକିସ୍ତାନ ରାଷ୍ଟ୍ରପତି…

ଇସଲାମାବାଦ,୫।୨ : ପାକିସ୍ତାନର ପୂର୍ବତନ ସାମରିକ ଶାସକ ଜେନେରାଲ ପରଭେଜ ମୁଶରଫ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ୧୧ ଅଗଷ୍ଟ ୧୯୪୩ ରେ ନୂଆଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ସେ ଜନ୍ମଗ୍ରହଣ କରିଥିଲେ।

୧୯୪୭ ମସିହାରେ ଭାରତ ବିଭାଜନର କିଛି ଦିନ ପୂର୍ବରୁ ତାଙ୍କ ପରିବାର ପାକିସ୍ତାନ ଯିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ପିତା ପାକିସ୍ତାନ ସରକାରରେ କାମ କରୁଥିଲେ।

ପିତା ସୟଦ ମୁଶାରଫଫୁଦ୍ଦିନ ଏବଂ ମାତା ବେଗମ ଜରିନ ମୁଶରଫଙ୍କର ୩ ପୁଅ ମଧ୍ୟରୁ ପରଭେଜ ଦ୍ୱିତୀୟ ଥିଲେ। ସୟଦ ମୁଶରଫ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରି ସିଭିଲ ସର୍ଭିସରେ ପ୍ରବେଶ କରିଥିଲେ, ଯାହା ବ୍ରିଟିଶ ଶାସନ ଅଧୀନରେ ଏକ ସମ୍ମାନଜନକ କ୍ୟାରିୟର ଥିଲା। ତାଙ୍କ ଜେଜେବାପା ଜଣେ କର ସଂଗ୍ରହକାରୀ ହୋଇଥିବାବେଳେ ତାଙ୍କ ଜେଜେ ମା ଜଣେ କାଜୀ (ବିଚାରପତି) ଥିଲେ। ୧୯୨୦ ଦଶକରେ ଜନ୍ମ ହୋଇଥିବା ପରଭେଜ ମା ଜରିନ ଲକ୍ଷ୍ନୌରେ ବାସ କରୁଥିଲେ ଏବଂ ସେଠାରେ ତାଙ୍କର ପାଠପଢ଼ା ହୋଇଥିଲା। ଏହା ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇନ୍ଦ୍ରପ୍ରସ୍ଥ କଲେଜରୁ ଇଂଲିଶ୍‌ ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ତା’ପରେ ସେ ବିବାହ କରି ପରିବାର ପ୍ରତିପୋଷଣ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ତାଙ୍କ ପିତା ସୟଦ ଜଣେ ଆକାଉଣ୍ଟାଣ୍ଟ ଥିଲେ ଯିଏ ବ୍ରିଟିଶ ଭାରତ ସରକାରଙ୍କର ବୈଦେଶିକ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିଲେ ଏବଂ ଶେଷରେ ଏକ ଆକାଉଣ୍ଟିଂ ନିର୍ଦ୍ଦେଶକ ହୋଇଥିଲେ।

ରୋମରେ ଅବସ୍ଥାପିତ ପରଭେଜଙ୍କ ବଡ ଭାଇ ଜାଭେଦ ମୁଶରଫ ଜଣେ ଅର୍ଥନୀତିଜ୍ଞ ଏବଂ କୃଷି ବିକାଶ ପାଇଁ ଆନ୍ତର୍ଜାତୀୟ ପାଣ୍ଠିର ଅନ୍ୟତମ ନିର୍ଦ୍ଦେଶକ। ତାଙ୍କର ସାନ ଭାଇ ନାଭେଦ ମୁଶରଫ ଆମେରିକାର ଇଲିନୋଇସରେ ଅବସ୍ଥିତ ଜଣେ ଆନାସ୍ଥେସିଓଲୋଜିଷ୍ଟ।

୧୯୬୧ ମସିହାରେ, ୧୮ ବର୍ଷ ବୟସରେ, ପରଭେଜ ମୁଶରଫ କାକୁଲରେ ପାକିସ୍ତାନୀ ମିଲିଟାରୀ ଏକାଡେମୀରେ ପ୍ରବେଶ କରିଥିଲେ। ପ୍ରାରମ୍ଭିକ ମିଳିତ ସାମରିକ ପରୀକ୍ଷଣ ସମୟରେ ମୁଶରଫ ପାକିସ୍ତାନ ବାୟୁସେନାର ପିକ୍ୟୁ ମେହେଡି ଏବଂ ନୌସେନାର ଅବଦୁଲ ଅଜିଜ ର୍ମିଜାଙ୍କ ସହ ଘନିଷ୍ଠ ହୋଇଥିଲେ। ଶେଷରେ ତିନି ସାଙ୍ଗ କମାଣ୍ଡାଣ୍ଟ ଭାବରେ ନିଯୁକ୍ତ ହୋଇଥିଲେ। ପରଭେଜ ମୁଶରଫ, ପି.କେ ମେହେଡି ଏବଂ ର୍ମିଜାଙ୍କ ସହ ପିଏମଏକୁ ରିପୋର୍ଟ କରିଥିଲେ ଏବଂ ସେମାନେ ନିଜ ନିଜ କମିଶନରେ ତାଲିମ ପାଇଁ ମନୋନୀତ ହୋଇଥିଲେ।
ସେ ଅକ୍ଟୋବର ୧୯୯୮ରୁ ୨୦୦୧ ପର୍ଯ୍ୟନ୍ତ ଦଶମ ସେନାଧ୍ୟକ୍ଷ ଏବଂ ୧୯୯୮ରୁ ୨୦୦୭ ପର୍ଯ୍ୟନ୍ତ ସପ୍ତମ ଟପ ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ।
୧୯୯୯ ରେ ଏକ ସଫଳ ସାମରିକ ବିଦ୍ରୋହ ପରେ ସେନାଧ୍ୟକ୍ଷ ପରଭେଜ ମୁଶରଫ କ୍ଷମତା ଦଖଲ କରି ପାକିସ୍ତାନର ଦଶମ ରାଷ୍ଟ୍ରପତି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତକୁ ଚିଠି ଲେଖିଲା ବାଂଲାଦେଶ

ଢାକା,୨୩।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ଦାବିରେ ବାଂଲାଦେଶ ଭାରତକୁ ଏକ ଚିଠି ଲେଖିଛି। ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ତାହିଦ ହୁସେନ କହିଛନ୍ତି...

ଭାରତ ଉପରେ ବାଂଲାଦେଶର ଆଉ ଏକ ବଡ଼ ଅଭିଯୋଗ

ଢାକା/ନୂଆଦିଲ୍ଲୀ,୨୩।୧୨: ବାଂଲାଦେଶ କ୍ରମାଗତ ଭାବରେ ଭାରତ ଉପରେ ନୂଆ ଅଭିଯୋଗ କରୁଛି। ବର୍ତ୍ତମାନ ବାଂଲାଦେଶର ଏକ ଅନୁସନ୍ଧାନ କମିଶନ ଦେଶରୁ ଲୋକ ନିଖୋଜ ହେବାରେ ଭାରତର...

ରାଜନୀତିରୁ କାହିଁକି ଦୂରେଇ ଗଲେ ଇଭାଙ୍କା ଟ୍ରମ୍ପ, ନୂଆ ସରକାରରେ ସାମିଲ ନ ହେବାର କାରଣ ଜାଣନ୍ତୁ

ଓ୍ବାଶିଂଟନ,୨୩।୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଝିଅ ଇଭାଙ୍କା ଟ୍ରମ୍ପ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି। ଇଭାଙ୍କା ତାଙ୍କ ପିତା ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ସରକାରରେ...

୧୨ ବର୍ଷର ଛାତ୍ର ହେଲେ ଶିକ୍ଷୟିତ୍ରୀଙ୍କ ପିଲାର ପିତା! DNA ଖୋଲିଲା ରାଜ୍‌

ଓ୍ବାଶିଂଟନ,୨୩।୧୨: ଆମେରିକାର ଟେନେସି ରାଜ୍ୟରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ଟେନିସି ରାଜ୍ୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜଣେ ୧୨ ବର୍ଷର ବାଳକକୁ ବଳାତ୍କାର...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଦିନେ ଆମେରିକାର ରାଷ୍ଟ୍ରପତି ହେବେ ଏଲୋନ ମସ୍କ? ଏହି ପ୍ରଶ୍ନର ଏମିତି ଉତ୍ତର ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୨୩।୧୨: ନିକଟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି, ସେ ମଧ୍ୟ ଖୁବ ଶୀଘ୍ର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।...

ଭାରତରୁ ପଙ୍ଗା ନେଲା ତ ଆମେରିକା ଶିଖାଇଲା ବୁଦ୍ଧି, ଏବେ ଚାଇନାର ନିଷ୍ପତ୍ତିକୁ ନେଇ ଅଡୁଆରେ ପଡିବେ ଟ୍ରୁଡୋ!

ଟରଣ୍ଟୋ,୨୩।୧୨: କାନାଡା ପାଇଁ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି, ଯାହା ଭାରତ ସହ ସମ୍ପର୍କକୁ ନଷ୍ଟ କରିସାରିଛି। ଏଥର ଏହି ପ୍ରସଙ୍ଗ ଚାଇନା...

ଗାଜାରେ ଏୟାରଷ୍ଟ୍ରାଇକ୍‌: ୨୦ ମୃତ

ଦେଇର ଅଲ୍‌-ବଲାହ,୨୩ା୧୨: ଇସ୍ରାଏଲୀ ସେନା ଶନିବାର ରାତିରୁ ଗାଜା ଷ୍ଟ୍ରିପ୍‌ ଉପରେ ଏୟାରଷ୍ଟ୍ରାଇକ୍‌ ଜାରି ରଖିଥିବାବେଳେ ଏଥିରେ ୫ ପିଲାଙ୍କ ସମେତ ଅନୂ୍ୟନ ୨୦ ଜଣ ପାଲେଷ୍ଟିନୀୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri