ଜଣେ ବ୍ୟକ୍ତିର ସ୍ବଭାବ ତା’ର ନାମ ଏବଂ ଜନ୍ମ ବେଳାରୁ ଜଣାପଡ଼ିଥାଏ। ତେବେ ନଭେମ୍ବର ମାସରେ ଜନ୍ମ ହୋଇଥିବା ଲୋକମାନେ ସବୁଠାରୁ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି। ଏଥିସହ ସେମାନେ ଧନୀ ଏବଂ ଖୁସି ମିଜାଜ୍ର ହୋଇଥାନ୍ତି। ଏମାନେ ସଫଳତା ପାଇବା ପାଇଁ କଠିନରୁ କଠିନ ପରିଶ୍ରମ କରିଥାନ୍ତି।
ବିଶ୍ୱସ୍ତତା ବିଷୟରେ କହିବାକୁ ଗଲେ, ନଭେମ୍ବରରେ ଜନ୍ମିତ ଲୋକମାନେ ସେମାନଙ୍କ ସାଥୀ, ପରିବାର, ବନ୍ଧୁଙ୍କ ପ୍ରତି ବହୁତ ବିଶ୍ୱସ୍ତ ହୋଇଥାନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ଆଖି ବନ୍ଦକରି ମଧ୍ୟ ବିଶ୍ୱାସ କରାଯାଇ ପାରିବ। ଏମାନେ ଅନ୍ୟ ଲୋକଙ୍କଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ। ଏମାନେ ବହୁତ ବୁଦ୍ଧିମାନ୍ ଏବଂ ଥରେ ନିଷ୍ପତ୍ତି ନେଲେ ସେଥିରେ ଅଟଳ ରହିଥାନ୍ତି।