ଯେକୌଣସି ବ୍ୟକ୍ତିଙ୍କ ଜୀବନରେ ବିବାହ ପାଇଁ ବୃହସ୍ପତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବୃହସ୍ପତି ବିନା କୌଣସି ଝିଅ ବିବାହ କରିପାରିବେ ନାହିଁ। ସେହିଭଳି ବୃହସ୍ପତି ବିନା କୌଣସି ପୁରୁଷର ବୈବାହିକ ଜୀବନରେ ସୁଖ ଆସିବ ନାହିଁ। ଏହି ସମୟରେ ବୃହସ୍ପତି ଦୁର୍ବଳ ସ୍ଥିତିରେ ଅଛି। ଏହା ପ୍ରାୟ ୨୦୨୧ ଏପ୍ରିଲ ପର୍ଯ୍ୟନ୍ତ ରହିବ। ଏହି ସମୟରେ, ସ୍ବାମୀ-ସ୍ତ୍ରୀ ମଧ୍ୟରେ ବିନା କାରଣରେ ଅହଂକାର ଏବଂ ବିତର୍କ ବଢ଼ିବ।
ଯେଉଁମାନଙ୍କର ନବମରେ ବୃହସ୍ପତି ଥିବ ଏବଂ ଯାହାଙ୍କ ଜନ୍ମ ତାରିଖ ୩, ୧୨, ୨୧, କିମ୍ବା ୩୦, ସେହି ଲୋକମାନଙ୍କର ବୈବାହିକ ଜୀବନ ଉପରେ ଖରାପ ପ୍ରଭାବ ପକାଇପାରେ। ଯଦି ବୃହସ୍ପତି ସପ୍ତମ ଘରେ ଉପସ୍ଥିତ ଥାଏ ତେବେ ବୈବାହିକ ଜୀବନ ଭାଙ୍ଗିବାର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ।
ଏଥିରୁ ମୁକ୍ତି ପାଇବାକୁ ହେଲେ ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ହଳଦୀ ମିଶ୍ରିତ ଜଳ ଅର୍ପଣ କରନ୍ତୁ। ଶିବଙ୍କୁ ନିୟମିତ ପୂଜା କରନ୍ତୁ । ଏହି ସମୟରେ ଶିବ ମନ୍ତ୍ର ଜପ କରିବା ବିଶେଷ ଲାଭଦାୟକ ହେବ ।