Categories: ଫୁରସତ

୧୦୦ ଦିନ ଗୋଟିଏ ପୋଷାକ ପିନ୍ଧି ରେକର୍ଡ କଲେ ଏହି ଝିଅ: ମିଳିଲା ଏମିତି ପୁରସ୍କାର

ଗୋଟିଏ ପୋଷାକକୁ ଜଣେ ବ୍ୟକ୍ତି ଅତି ବେଶିରେ ୨ରୁ ୩ ଦିନ ପର୍ଯ୍ୟନ୍ତ ପିନ୍ଧିପାରିବ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବୋଷ୍ଟନର ସାରା ରବିନ୍ସ ନାମ୍ନୀ ଝିଅ ୩ ମାସରୁ ଊର୍ଦ୍ଧ୍ୱ ଅର୍ଥାତ୍‌ ୧୦୦ ଦିନ ଗୋଟିଏ ପୋଷାକ ପିନ୍ଧି ରେକର୍ଡ ସୃଷ୍ଟି କରିଛନ୍ତି।
୧୬ ସେପ୍ଟେମ୍ବର, ୨୦୨୦ରୁ ୧୦୦ ଦିନିଆ ଏକ ପୋଷାକ ଚ୍ୟାଲେଞ୍ଜ ଆରମ୍ଭ ହୋଇଥିଲା। ଏଥିରେ ସାରା ଭାଗ ନେଇଥିଲେ। ପ୍ରତିଦିନ ସେ ଗୋଟିଏ ପୋଷାକକୁ ଭିନ୍ନ ଷ୍ଟାଇଲରେ ପିନ୍ଧିଥିଲେ। ଗୋଡିଏ ପୋଷାକ ସେ କେତେବେଳେ ପ୍ୟାଣ୍ଟ ସହ ତ ଆଉ କେତେବେଳେ ସ୍କଟ୍‌ ସହ ପିନ୍ଧିଥିଲେ। ସାରା ଏହି ଗୋଟିଏ ଡ୍ରେସ୍‌କୁ ପିନ୍ଧି ନିଜର ସମସ୍ତ କାମ କରିବା ସହ ସମସ୍ତ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ।
୧୦୦ ଦିନଆ ଏହି ପୋଷାକ‌ ଚ୍ୟାଲେଞ୍ଚ ବ୍ରାଣ୍ଡ ଉଲ୍‌ ଆଣ୍ଡ ଦ୍ୱାରା କରାଯାଇଥିଲା। ଯେଉଁମାନେ ଏହି ଚ୍ୟାଲେଞ୍ଜରେ ଭାଗ ନେଇଥିଲେ ସେମାନଙ୍କୁ ନୂତନ ପୋଷାକ କିଣିବା ପାଇଁ ୧୦୦ ଆମେରିକୀୟ ଡଲାର ମୂଲ୍ୟର ଭାଉଚର ମିଳିଥିଲା। ଏହାର ଉଦ୍ଦେଶ୍ୟ ଗୋଟିଏ ଦିନରେ କେବଳ ପୋଷାକ ପିନ୍ଧିବାର ଅଭ୍ୟାସ ବିକାଶ କରିବା ନୁହେଁ, ବରଂ ପୋଷାକ ତିଆରି ଖର୍ଚ୍ଚ ହ୍ରାସ କରିବା ଏବଂ ଧୋଇବା ଖର୍ଚ୍ଚ ମଧ୍ୟ ହ୍ରାସ କରିବା ଥିଲା ।

Share