Categories: ଜାତୀୟ

ଏପ୍ରିଲ ୩ ପର୍ଯ୍ୟନ୍ତ ସଂସଦର ଉଭୟ ଗୃହ ସ୍ଥଗିତ

ନୂଆଦିଲ୍ଲୀ,୨୯।୩: ଆଦାନୀ ପ୍ରସଙ୍ଗରେ ମିଳିତ ସଂସଦୀୟ କମିଟି (ଜେପିସି) ଗଠନ ପାଇଁ ବିରୋଧୀଙ୍କ ଦାବି ଉପରେ ସଂସଦର ଉଭୟ ଗୃହରେ ଚାଲିଥିବା ବିରୋଧ ପ୍ରଦର୍ଶନ ବୁଧବାର ଜାରି ରହିଛି। ଗୃହରେ ପ୍ରବଳ ହଟ୍ଟଗୋଳ ଚାଲିଥିବାରୁ ଉଭୟ ଲୋକ ସଭା ଓ ରାଜ୍ୟ ସଭାକୁ ଏପ୍ରିଲ ୩ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ, ଉଭୟ ଗୃହରେ ଥରେ ମାତ୍ର ପ୍ରଶ୍ନକାଳ ଏବଂ ଶୂନ୍ୟକାଳ ସାଧାରଣ ଭାବରେ ଚାଲିପାରି ନାହିଁ।
ସୂଚନା ଅନୁଯାୟୀ, ଗୁରୁବାର ଉଭୟ ଗୃହ ରାମନବମୀ ପାଇଁ ଛୁଟି ରହିବ। ଅନ୍ୟପକ୍ଷରେ, ପରଦିନ ଅର୍ଥାତ୍‌ ଶୁକ୍ରବାର ଦିନ ବିଭିନ୍ନ ଦଳର ନେତାଙ୍କ ମଧ୍ୟରେ ପାରସ୍ପରିକ ସହମତି ହେତୁ ଗୃହର ପ୍ରକ୍ରିୟା ସ୍ଥଗିତ ରଖାଯିବ।

Share