ପୁରୀ ଅଫିସ,୨୧।୩: ପୁରୀ ଜିଲା ସଦର କଣ୍ଠପୁର ଗ୍ରାମରେ ପଡ଼ୋଶୀ ଘରର ଖଣ୍ଡା ଆକ୍ରମଣରେ ଉଭୟ ପକ୍ଷରୁ ୩ ଜଣ ଗୁରୁତର ହୋଇଛନ୍ତି । ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ଶଙ୍କର ପ୍ରଧାନ ଓ ଟୁନିଆ ପ୍ରଧାନ ବୋଲି ଜଣାପଡ଼ିଛି ।
ଶଙ୍କର ଓ ଟୁନିଆଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଉଭୟଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।