ସିଲଭରଷ୍ଟାନ୍, ୭ା୮ (ଏପି)- ଭାଲଟେରୀ ବୋଟାସ ଆସନ୍ତା ସିଜନ ପାଇଁ ମର୍ସିଡିଜ୍ ଫର୍ମୁଲା ଓ୍ବାନ୍ ଟିମ୍ରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ଆସନ୍ତା ରବିବାର ସିଲଭରଷ୍ଟାନ୍ଠାରେ ଫିନଲାଣ୍ଡର ଏହି ଡ୍ରାଇଭର ତାଙ୍କ କ୍ୟାରିୟରର ୭୦ତମ ଗ୍ରାଁ ପ୍ରିରେ ଭାଗ ନେବେ। ବିଶ୍ୱ ଚାମ୍ପିୟନଶିପ୍ରେ ସେ ତାଙ୍କ ଟିମ୍ମେଟ୍ଙ୍କଠାରୁ ୩୦ ପଏଣ୍ଟ ପଛରେ ରହିଛନ୍ତି। ଏହି ବର୍ଷ ପରେ ହାମିଲଟନ ତାଙ୍କ ଭବିଷ୍ୟତ ଯୋଜନା ସମ୍ପର୍କରେ ସ୍ପଷ୍ଟ କରି ନ ଥିବାରୁ ସମ୍ଭବତଃ ସେ ଆସନ୍ତା ବର୍ଷ ମଧ୍ୟ ମର୍ସିଡିଜ୍ରେ ରହିବେ। ଅନ୍ୟପକ୍ଷରେ ବୋଟାସ ୨୦୧୭ରୁ ମର୍ସିଡିଜ୍ରେ ରହି ଆସିଛନ୍ତି। ତାଙ୍କ ପ୍ରଦର୍ଶନରେ କ୍ରମାଗତ ଉନ୍ନତି ପରିଲକ୍ଷିତ ହେଉଛି। ଆସନ୍ତା ବର୍ଷ ସେ ଅଧିକ ଟାଇଟଲ ଜିତିବା ଲକ୍ଷ୍ୟରେ ଅଛନ୍ତି।