Categories: ବାଣିଜ୍ୟ

ପୁରୁଣା ଟେଲିଫୋନ ତାରରୁ ଲକ୍ଷ ଲକ୍ଷ ରୋଜଗାର, ଆପଣ ବି ଏମିତି…

ଫ୍ୟାଶନ ନାମରେ ଲୋକମାନେ କିଛି ବି କିଣିଥାନ୍ତି। ବେଳେବେଳେ ବଜାରରେ ମଇଳା ଜୋତା ବିକ୍ରି ହେଉଥିବା ବେଳେ ଆଉ କେତେବେଳେ ମଇଳା ଜିନ୍ସ ମଧ୍ୟ ଚାହିଦାରେ ରହିଥାଏ। ଫ୍ୟାଶନ ପ୍ରେମୀମାନେ ଏହାକୁ ବହୁତ ମୂଲ୍ୟ ଦେଇ କିଣିଥାନ୍ତି । ଏବେ ଏହି ତାଲିକାରେ ଯୋଡି ହୋଇଯାଇଛି ଆଉ ଏକ ନାମ। ଅନ୍‌ଲାଇନ୍‌ରେ ୧ ଲକ୍ଷ ୬୨ ହଜାର ଟଙ୍କାରେ ଏକ ହାର ବିକ୍ରି ହେଉଛି। ଏହି ହାର ନା ସୁନାର ତିଆରି ନା ହିଁ ଏଥିରେ କୌଣସି ଦାମୀ ପଥର ଲାଗିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ହାର ପୁରୁଣା ଟେଲିଫୋନ ତାରରୁ ତିଆରି ହୋଇଛି। ଏହି ହାରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଲୋକମାନେ ଏହି କମ୍ପାନୀର ମଜାକ୍‌ ଉଡାଇବାରେ ଲାଗିଛନ୍ତି।
ଫ୍ୟାଶନ ଜଗରରେ ବଟ୍ଟେଗା ଭେନେଟା ଏକ ଖ୍ୟାତିସମ୍ପନ୍ନ ନାମ। ଏହା ଏକ ଇଟାଲୀ କମ୍ପାନୀ। ଧନୀ ଲୋକମାନେ ଏହାର ଜିନିଷ କିଣିଥାନ୍ତି। ବର୍ତ୍ତମାନ ଏହି କମ୍ପାନୀ ତାର ନୂଆ କଲେକ୍ସନ୍‌ ଲଞ୍ଚ୍‌ କରିଛି। ଏବେ ବୋଟ୍ଟେଗା ଭେନେଟା ଏକ ନେକ୍‌ଲେସ୍‌ (ହାର) ଏବଂ ମେଚିଂ କାନଫୁଲ ତିଆରି କରିଛି। ଏହି ନେକ୍‌ଲେସ୍‌ର ମୂଲ୍ୟ ୨୨୪୦ ଡଲାର(୧ ଲକ୍ଷ ୬୨ ହଜାର ୫୦୮ ଟଙ୍କା)। ଏହି କଲେକ୍ସନର କାନଫୁଲର ମୂଲ୍ୟ ୫୨୫ରୁ ୮୬୫ ଡଲାର ରଖାଯାଇଛି। ଭାରତୀୟ ମୂଦ୍ରାରେ ଏହାର ମୂଲ୍ୟ ୬୨ ହଜାର ୭୫୪ ଟଙ୍କା ହେବ।
ଏବେ ଡାଏଟ୍‌ ପ୍ରଡା ନାମକ ଏକ ସାଇଟ୍‌ ଏହି ହାର ଏବଂ କାନଫୁଲର ଫଟୋ ଶେୟାର କରି ଲେଖିଛନ୍ତି, ଦେଖନ୍ତୁ ଲୋକଙ୍କୁ ଫ୍ୟାଶନ ନାମରେ କିପରି ମୂଖ୍ୟ ବନାଯାଉଛି। ଏହି ହାର ଏବଂ କାନଫୁଲ ତିଆରି ହୋଇଥିବା ପୁରୁଣା ଟେଲିଫୋନ ତାରକୁ ଅନ୍‌ଲାଇନ୍‌ରୁ କିଣିଲେ ଏଥିପାଇଁ ମାତ୍ର ୩ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

Share