୫ ଟଙ୍କାରେ ବୋତଲ ପାଣି, ବିଶୁଦ୍ଧତାକୁ ନେଇ ଉଠିଲା ପ୍ରଶ୍ନ

ବ୍ରହ୍ମପୁର,୧୦ା୩ (ସ୍ମୃତିରଞ୍ଜନ ମହାଲିକ):ମାର୍ଚ୍ଚ ଆରମ୍ଭରୁ ତାତି ବଢ଼ିଲାଣି। ମଧ୍ୟାହ୍ନ ବେଳକୁ ଅସମ୍ଭାଳ ଖରା। ଖରାରେ ଶୋଷ ମେଣ୍ଟାଇବାକୁ ଲୋକେ ବିଭିନ୍ନ ମୃଦ୍ୟୁ ପାନୀୟ ଉପରେ ନିର୍ଭର କରୁଛନ୍ତି। ଭଲ କମ୍ପାନୀର ପାଣି ବୋତଲ ଅଧିକ ଦରରେ ବିକ୍ରି ହେଉଥିବା ବେଳେ ଅନେକ ଦୋକାନରେ ୫ରୁ ୧୦ ଟଙ୍କା ଭିତରେ ଶସ୍ତାରେ ପାଣି ବୋତଲ ମିଳୁଛି। ତେବେ ଏହାର ବିଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠିଛି।
ପ୍ରଥମତଃ ପାଣି ବୋତଲ ପ୍ରସ୍ତୁତ ପାଇଁ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ପକ୍ଷରୁ ଅନୁମତି ଆଣିବାକୁ ପଡିଥାଏ। ପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ନଳକୂପ ପାଣି, ଆର୍‌ଓ ମେଶିନ, ପାଣି ବୋତଲ ପ୍ରସ୍ତୁତ ପରେ ପରୀକ୍ଷା କରାଯାଇ ପାଣି ବିକ୍ରି ନିମନ୍ତେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଲାଇସେନ୍ସ ମିଳିଥାଏ ବୋଲି ବ୍ରହ୍ମପୁର ମହାନଗର ନିଗମ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ କୁହାଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ପାଣି ପ୍ରସ୍ତୁତି ଓ ଏକ୍ସପାଏରି ତାରିଖ ବୋତଲରେ ରହିବା ନିୟମ ରହିଛି। ସହରରେ ଫାଷ୍ଟ ଗେଟ, ଲାଞ୍ଜିପଲୀ ଜାତୀୟ ରାଜପଥ ପାର୍ଶ୍ୱ ଓ ମହୁରୀ କାଳୁଆଠାରେ ୪ ଲାଇସେନ୍ସପ୍ରାପ୍ତ ପାଣି ବୋତଲ ପ୍ରସ୍ତୁତିକାରୀ କମ୍ପାନୀ ରହିଛି। ସେହିପରି ଲାଇସେନ୍ସ ପ୍ରାପ୍ତ ୮ଟି ସୋଡ଼ା ଓ ମୃଦ୍ୟୁ ପାନୀୟ ପ୍ରସ୍ତୁତକାରୀ କମ୍ପାନୀ ରହିଛି। କିନ୍ତୁ ସହରର ଗଳିକନ୍ଦିରେ ବିନା ଲାଇସେନ୍ସପ୍ରାପ୍ତ ପାଣି ବୋତଲ କାରଖାନା ଗଢି ଉଠିଛି; ଯେଉଁଠାରେ କେବଳ ଆରଓ ମେଶିନ ବ୍ୟବହାର ହେଉଛି। ଏ ବାବଦରେ ଖାଦ୍ୟ ସୁରକ୍ଷା ବିଭାଗ ଅବଗତ ଥାଇ ମଧ୍ୟ କାୈଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ବିଆଇଏସ ଲାଇସେନ୍ସପ୍ରାପ୍ତ ପାଣି ବୋତଲ ପ୍ରସ୍ତୁତକାରୀ କମ୍ପାନୀଗୁଡିକରେ ବିଭାଗ ପକ୍ଷରୁ ୨ ଥର ଯାଞ୍ଚ ନିୟମ ରହିଛି। ଯାଞ୍ଚ ସମୟରେ କମ୍ପାନୀର ସ୍ବଚ୍ଛତା ଓ ଆରଓ ମେଶିନ ତଦାରଖକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଏଥିସହ ବିଆଇଏସ୍‌ ଲାଇସେନ୍ସ ନବୀକରଣ ଯାଞ୍ଚ ନିୟମ ମଧ୍ୟ ରହିଛି। କିନ୍ତୁ ତାହା ଠିକ୍‌ ଭାବେ ହେଉ ନ ଥିବା ଅଭିଯୋଗ ହେଉଛି।
ଏ ନେଇ ବିଇଏମ୍‌ସି ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ମିତା ଖାଡଙ୍ଗାଙ୍କୁ ପଚାରିବାରୁ ସେ କହିଛନ୍ତି, ଗତ ଜାନୁଆରୀ ମାସରେ ସହରର ଗାୈରାଙ୍ଗ ବିହାରଠାରେ ଏକ ବେଆଇନ ପାଣି ବୋତଲ ପ୍ରସ୍ତୁତକାରୀ କମ୍ପାନୀ ଉପରେ ଚଢ଼ଉ କରାଯାଇ ମାଲିକଙ୍କୁ ଗିରଫ କରାଯାଇଥିଲା। ସେହିପରି ଗୁଡ୍‌ସ ରୋଡ୍‌ ଓ ଗୋପାଳପୁର ଜଙ୍କ୍‌ସନଠାରେ ଥିବା ବେଆଇନ ପାଣି ବୋତଲ କାରଖାନାରେ ଚଢ଼ାଉ କରାଯାଇ କମ୍ପାନୀ ସିଲ୍‌ କରାଯାଇଥିଲା। ଆମ ନିକଟକୁ କାୈଣସି ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଏମ୍‌କେସିଜିର ଭେଷଜ ବିଭାଗର ଡା. ନୀହାର ରଞ୍ଜନ ସାହୁଙ୍କୁ ପଚାରିବାରୁ ସେ କହିଲେ, ପ୍ଲାଷ୍ଟିକ ବୋତଲରେ ମିଳୁଥିବା ପିଇବା ପାଣିରେ ଆର୍ଦ୍ରତା ନ ଥାଏ। ଖରାଦିନେ ଜଳୀୟ ଅଂଶ କମ୍‌ ରହୁଥିବାରୁ କମ୍‌ ଆର୍ଦ୍ରତାଯୁକ୍ତ ପାଣି ପିଇବା ଦ୍ୱାରା ଖାଦ୍ୟ ବିଷାକ୍ତ ସହ ଜଣ୍ଡିସ, ଟାଇଫଏଡ୍‌ ଭଳି ରୋଗରେ ଶିକାର ହେବା ସମ୍ଭାବନା ରହିଛି। ବୁଦ୍ଧିଜୀବୀ ବିକାଶ ପ୍ରଧାନ କହିଛନ୍ତି ଯେ, ସହରର ବିଭିନ୍ନ ଦୋକାନରେ ମିଳୁଥିବା ପାଣି ବୋତଲଗୁଡ଼ିକର କାୈଣସି ବୈଧତା ରହୁନି। ପ୍ଲାଷ୍ଟିକ ବୋତଲଗୁଡ଼ିକ ଭଲ କି ଖରାପ ତାହା ଜଣାପଡୁନି। ପ୍ରଶାସନ ପକ୍ଷରୁ ଯାଞ୍ଚ ନ ହେବାରୁ ବହୁ ଅସାଧୁ ବ୍ୟବସାୟୀ ବିଭିନ୍ନ ସ୍ଥାନରେ ପାଣି ପ୍ରସ୍ତୁତ କରି କମ୍‌ ମୂଲ୍ୟରେ ବଜାରକୁ ଛାଡୁଛନ୍ତି। ଫଳରେ ଲୋକେ ପେଟ ରୋଗରେ ପଡୁଛନ୍ତି। ବୋତଲ ପାଣି କେତେ ବିଶୁଦ୍ଧ ତାହା ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର,୨୦।୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ...

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri