Categories: Video

Bou Ra Suna Haara | Story Diary | ବୋଉର ସୁନାହାର

ବାପା ପୁଅ ଓ ମାକୁ ନେଇ ଛୋଟିଆ ପରିବାର ଟିଏ । ହସ ଖୁସିରେ ଚାଲିଥିଲା । ବାପା ଯାହା ରୋଜଗାର କରୁଥିଲେ ସେଥିରେ ସୁରୁଖୁରୁରେ ପରିବାର ଚଳିଯାଉଥିଲା । ହଠାତ ଦିନେ କଣ ହେଲା କେଜାଣି । କିଛି ଗୋଟେ ରୋଗରେ ପଡି ବାପାଙ୍କର ମୃତ୍ୟୁ ହେଲା । ବଞ୍ଚିବେ କେମିତି , ଖାଇବେ କଣ ଏଇ କଥା ଭାବି ମା ବି ରୋଗାଗ୍ରସ୍ତ ହୋଇ ପଡିଲେ । ଏବେ ପରିବାରର ଦାୟିତ୍ୱ ଆସିଗଲା ପୁଅ ଉପରକୁ । ବାପା ଟଙ୍କାରେ ଚଳୁଥିବା ପୁଅ ଏବେ କେମିତି ପରିବାର ଚଳେଇବ , ନିଜ ରୋଗୀଣା ମା ପାଇଁ ଔଷଧ କିଣିବାକୁ କେଉଁଠୁ ପଇସା ଆଣିବ ତାକୁ ନେଇ ଚିନ୍ତିତ ହୋଇ ପଡିଲା । ଏପଟେ ଘରେ ଖୁଦ ମୁଠାଏ ବି ନାହିଁ ଖାଇବା ପାଇଁ । ଘରର ପରିସ୍ଥିତି ଦେଖି ମା ବି ଭାଙ୍ଗି ପଡିଲେ । ଦିନେ ମା ପୁଅକୁ ନିଜ ପାଖକୁ ଡାକି ଗୋଟିଏ ସୁନା ହାରଟିଏ ଦେଲେ ଏବଂ ଆଉ କହିଲେ, ଏ ପୁଅ … ଯା ତୁ ଏଇ ସୁନା ହାରଟିକୁ ନେଇ ବଜାରରେ ବିକି ଦବୁ ଆଉ ସେଥିରୁ ଯେଉଁ ଟଙ୍କା ପାଇବୁ ସେଥିରେ ଘର ଚଳିବା ପାଇଁ କିଛି ସଉଦା ଆଣିଦେବୁ ।