ବୌଦ୍ଧ କିଆକଟା ମହାନଦୀ ସେତୁ ପାଲଟିଛି ମରଣଯନ୍ତା

ବୌଦ୍ଧ,୩୧ା୭(ଅଜିତ କୁମାର ବାରିକ): ଜିଲା ପ୍ରଶାସନ ପକ୍ଷରୁ ଐତିହାସିକ ବୌଦ୍ଧ ସହରର ସୌନ୍ଦର୍ଯ୍ୟକରଣକୁ ପ୍ରାଧାନ୍ୟ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ ଜିଲାର ପ୍ରମୁଖ ପ୍ରବେଶ ଦ୍ୱାର କୁହାଯାଉଥିବା ବୌଦ୍ଧ କିଆକଟା ମହାନଦୀ ସେତୁ ବର୍ତ୍ତମାନ ମରଣଯନ୍ତା ପାଲଟିଛି। ଏହି ସେତୁ ଉପରେ ବୌଦ୍ଧ ଜିଲା ସମେତ ପଡୋଶୀ ଅନୁଗୋଳ, ସମ୍ବଲପୁର , ସୋନପୁର ଜିଲାର ଲୋକମାନେ ନିର୍ଭର କରିଥାନ୍ତି। ଏହି ସେତୁ ମହାନଦୀ ଉପରେ ଦ୍ୱିତୀୟ ଦୀର୍ଘତମ ସେତୁ ଭାବରେ ମାନ୍ୟତା ପାଇଛି। ଏହି ସେତୁ ଦେଇ ଦୈନିକ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଯାନବାହନ ଯିବା ଆସିବା କରୁଛି। ଏବେ କଟକ ସମ୍ବଲପୁର ରାସ୍ତା ନିର୍ମାଣ କାମ ଚାଲିଥିବା ଯୋଗୁ ବହୁ ସଂଖ୍ୟକ ଭାରୀଯାନ ସେତୁ ଉପର ଦେଇ ଯିବା ଆସିବା କରୁଛି। ଫଳରେ ମୂଳ ସେତୁର କୌଣସି କ୍ଷତି ନ ହେଲେ ମଧ୍ୟ ସେତୁ ଉପରେ ଢଳାଯାଇଥିବା କଂକ୍ରିଟ ଆସ୍ତରଣ ବାରମ୍ବାର ଫାଟି ଲୁହାଛଡ ସବୁ ବିପଦଜନକ ଭାବରେ ବାହାରକୁ ବାହାରି ରହିଛି। ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାର ବାରମ୍ବାର ମରାମତି କରାଯାଉଥିଲେ ମଧ୍ୟ ଅଳ୍ପଦିନ ପରେ ପୁଣି ଥରେ କଂକ୍ରିଟ ଫାଟି ଛଡ ସବୁ ବାହାରି ଖାଲ ସୃଷ୍ଟି ହୋଇଯାଉଥିବା ଦେଖାଯାଉଛି। ଏହି ସେତୁ ଉପରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନ ଜୀବନ ହାନି ହେଲାଣି। ହେଲେ ସେତୁ ଉପରେ ସୃଷ୍ଟି ହୋଇଥିବା ଖାଲର ସ୍ଥାୟୀ ମରାମତି କରାଯାଉ ନ ଥିବାରୁ ସବୁବେଳେ ଦୁର୍ଘଟଣା ଘଟୁଛି। ଦୁଇବର୍ଷ ପୂର୍ବରୁ ଏହି ସେତୁର ଆଲୋକୀକରଣ କରାଯାଇଥିଲା। ବର୍ତ୍ତମାନ ଲାଇଟ ଜଳୁ ନ ଥିବା ଦେଖିବାକୁ ମିଳିଛି। ଜିଲାରେ ମହାନଦୀ ଉପରେ ଧଳପୁର -ଆଠମଲ୍ଲିକ ଓ ବୌଦ୍ଧ -ମର୍ଜାକୁଦ ମଧ୍ୟରେ ଦୁଇଗୋଟି ସେତୁ ନିର୍ମାଣ କରାଯାଇ ଉଦ୍‌ଘାଟନ ଅପେକ୍ଷାରେ ଥିବା ବେଳେ ମାତ୍ର ୨୧ ବର୍ଷ ତଳେ ନିର୍ମିତି ବୌଦ୍ଧ କିଆକଟା ସେତୁର ସୁରକ୍ଷା ପ୍ରତି ଜାତୀୟ ରାଜପଥ ବିଭାଗ ପକ୍ଷରୁ ଦୃଷ୍ଟି ଦିଆ ନ ଯିବା ବିଡମ୍ବନାର ବିଷୟ। ଯଥାଶୀଘ୍ର ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri