Advertisement

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ଶନିବାର ରାଜ୍ୟର ୨୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଆଜି ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରୀ ଥିଲା। ଯାହାକି ଆଜି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହରରେ ବୌଦ୍ଧ ପରିଗଣିତ ହୋଇଛି।

ଆଜି ବୌଦ୍ଧରେ ୪୨.୫ ଡିଗ୍ରୀ ତାପମାତ୍ରା ଥିବା ବେଳେ ଝାରସୁଗୁଡ଼ାରେ ୪୨.୨, ତାଳଚେର ୪୨, ଟିଟିଲାଗଡ଼ ୪୧, ସମ୍ବଲପୁର ୪୦.୯, ବଲାଙ୍ଗୀର ୪୧.୭, ଅନୁଗୋଳ ୪୧.୧, ସୋନପୁର ୪୦.୭, ସୁନ୍ଦରଗଡ଼ ୪୧, ରାଉରକେଲା ୪୧.୬, ଭବାନୀପାଟଣା ୪୧.୨, କଟକ ୪୧.୨, କେନ୍ଦୁଝର ୪୧, ହୀରାକୁଦ ୪୦, ଭୁବନେଶ୍ୱର ୪୧.୭, ଢେଙ୍କାନାଳ ୪୦.୮, ଚାନ୍ଦବାଲି୪୦.୭, ପାରଳାଖିମୁଣ୍ଡି ୪୦.୪, ନୟାଗଡ଼ ୪୦, ଯାଜପୁରରେ ୪୧, ବରଗଡ଼ରେ୪୦.୬ ଏବଂ ଖୋର୍ଦ୍ଧାରେ ୪୦ ଡିଗ୍ରୀ ତାପମାତ୍ରା ଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share