ସୁଭଦ୍ରା ଯୋଜନାର ଲାଭ ଉଠାଇବାକୁ ସୁନା ବନ୍ଧକ ରଖି ମୋବାଇଲ କିଣିଲେ

ପାରଳାଖେମୁଣ୍ଡି,୧୩ା୯(ଗିରିଧାରୀ ପରିଛା): ଗଜପତି ଜିଲା ଆର. ଉଦୟଗିରି ବ୍ଲକରେ ‘ସୁଭଦ୍ରା’ ଯୋଜନା ପାଇଁ ଜଣେ ହିତାଧିକାରୀ ନିଜ ସୁନା ବନ୍ଧକ ରଖି ମୋବାଇଲ କିଣିବା ପରି ଅଭାବନୀୟ ଘଟଣା ଘଟିଛି। ଏନେଇ ଏକ ଭିଡିଓ ଭାଇରଲ୍‌ ହେବା ପରେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି।
ଖବରରୁ ଜଣାପଡିଛି, ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିବା ପାଇଁ ଜଣେ ଆଦିବାସୀ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସୁନା ବନ୍ଧକ ରଖି ସେଥିରେ ଗୋଟିଏ ମୋବାଇଲ କିଣିଛନ୍ତି। ମୋବାଇଲ ନ ଥିଲେ ଆଧାର କାର୍ଡ ସହିତ ଫୋନ ନମ୍ବର ସଂଯୋଗ ହୋଇପାରିବନି ଏବଂ ସେ ଏହି ଯୋଜନାରୁ ଫାଇଦା ପାଇପାରିବେନି ବୋଲି ଶୁଣି ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଏହି ଆଦିବାସୀ ବ୍ୟକ୍ତିଜଣକ ମୋବାଇଲ କିଣିବା ପରେ ନୂଆଗଡ଼ ଗାଁର ଏକ ଦୋକାନକୁ ସିମ୍‌ କିଣିବା ଲାଗି ଯାଇଥିଲେ। ସେଠାରେ ଦୋକାନୀ ଜଣକ ତାଙ୍କୁ ମୋବାଇଲ ଫୋନ ବିଷୟରେ ପଚାରିବାରୁ ସେ ଏହା କହିଥିଲେ। ସୁଭଦ୍ରା ଯୋଜନାର ଭବିଷ୍ୟତ ସମ୍ପର୍କରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ କୌଣସି ଧାରଣା ନାହିଁ। ମାତ୍ର ଏବେ ଯେପରି ଆଧାର ଅପ୍‌ଡେଟ୍‌କୁ ନେଇ ବିଭିନ୍ନ ଜନସେବା କେନ୍ଦ୍ର, ପୋଷ୍ଟ ଅଫିସଗୁଡିକରେ ଭିଡ଼ ଜମୁଛି ତାହାକୁ ଦେଖି ନୀରିହ ଲୋକମାନେ ନିଜ ପାଖରେ ମୋବାଇଲ ଫୋନ ନ ଥିଲେ ସୁଦ୍ଧା ଘରର ଜିନିଷପତ୍ର ବନ୍ଧକ ପକାଇବାକୁ ବାଧ୍ୟ ହେଉଛନ୍ତି। ଯେମିତି ସମ୍ପୃକ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି। ପ୍ରଶାସନ ଏ ନେଇ ଗୁରୁତ୍ୱ ଦେଇ ଆଦିବାସୀ ଅଞ୍ଚଳରେ ସ୍ବତନ୍ତ୍ର ଶିବିର କରି ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ହେବ ଥିଲେ ନିଖୋଜ: ଆଜି ପୋଖରୀରୁ ମିଳିଲା ମୃତଦେହ

ଅନୁଗୋଳ ଅଫିସ,୧୧।୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଗାଁର ଅଭୟ ପଟ୍ଟନାୟକଙ୍କ ପୁଅ ପ୍ରଶାନ୍ତ ପଟ୍ଟନାୟକଙ୍କର ମୃତଦେହ ବନ୍ତଳା ଗାଁ ମୁଣ୍ତ...

ଓମାନରେ ଫସିଛନ୍ତି ୧୨ ଓଡ଼ିଆ ଶ୍ରମିକ: ଉଦ୍ଧାର ପାଇଁ ନିବେଦନ

ଛତ୍ରପୁର, ୧୧।୨(ସନ୍ତୋଷ ପାଢ଼ୀ): ସୁଦୂର ଓମାନରେ ୧୨ ଜଣ ଓଡ଼ିଆ ଫସିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରି ଭାରତ ପ୍ରତ୍ୟାବର୍ତ୍ତନ ଲାଗି ଏମାନେ ଭାରତ ସରକାର ଓ...

ସକାଳୁ ସକାଳୁ ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ଭୁବନେଶ୍ବର,୧୧।୨: ରାଜଧାନୀ ଭୁବନେଶ୍ୱର ବଡ଼ଗଡ଼ ଥାନା ଟଙ୍କପାଣି ସାଇ ମନ୍ଦିର ନିକଟରେ ମଙ୍ଗଳବାର ସକାଳୁ ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାର୍‌-ବାଇକ ଧକ୍କାରେ ୩ଜଣ...

ଦ୍ରୁତ ଗତିରେ ଆସି ଘରେ ପଶିଲା BMW କାର୍‌

ଭୁବନେଶ୍ବର,୧୧।୨: ଭୁବନେଶ୍ବର ୪ନମ୍ବର ହସ୍ପିଟାଲ ଛକରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ରେଡକ୍ରସ ଭବନ ଆଡୁ ଦ୍ରୁତ ଗତିରେ ମାଡ଼ିଆସି ଏକ BMW କାର୍‌ ରାସ୍ତା...

ଭାଲୁକୁ ଘଉଡାଇବାକୁ ୪ ଘଣ୍ଟା ବିଳମ୍ବରେ ପହଞ୍ଚିଲେ ଫରେଷ୍ଟର, ପଚାରିବାରୁ ଖବରତାଦାଙ୍କ ଉପରେ କଲେ ଆକ୍ରମଣ

କୋକସରା,୧୧।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ଫରେଷ୍ଟ ରେଞ୍ଜ ଆମପାଣି ଫରେଷ୍ଟ ସେକ୍ସନର ଫରେଷ୍ଟର ଚିତ୍ତରଞ୍ଜନ ବେହେରା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥିବା...

ସରକାରଙ୍କ ଅପାରଗତା ଦେଖିଲା ବିଶ୍ୱ: କଂଗ୍ରେସ

ଭୁବନେଶ୍ୱର, ୧୧।୨(ଅନୁରାଧା ମହାରଣା): ବାରବାଟୀ ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ମ୍ୟାଚବେଳେ ଲାଇଟ୍‌ ବନ୍ଦ ହେବା ଘଟଣା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି।...

ବହିଯାଉଥିବା ପାଣିରେ ଭାଜପା ସରକାର ହାତ ଧୋଉଛନ୍ତି: ବିଜେଡି

ଭୁବନେଶ୍ୱର,୧୧।୨(ଅନୁରାଧା ମହାରଣା): କଟକର ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ କ୍ରିକେଟ ମ୍ୟାଚ ବେଳେ ଫ୍ଲଡ୍‌ ଲାଇଟରେ ବିଭ୍ରାଟ ପାଇଁ ପ୍ରାୟ...

ସ୍ଥାୟୀତ୍ୱକୁ ନେଇ ସନ୍ଦୀହାନ:ଇସି ସଂଘ ପକ୍ଷରୁ ଦାବିପତ୍ର

ଥୁଆମୂଳ ରାମପୁର,୧୧/୨ (ଦୁର୍ଗା କୀର୍ତ୍ତି)- ରାଜ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ମନୋନୀତ ମିଶନ ଶକ୍ତି ଇସିମାନେ ୨୦୦୦ ଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ କୌଣସି ଭତ୍ତା ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image