ନକଲି ପେଟ୍ରୋଲ, ଡିଜେଲ ୮୦ ଟଙ୍କାରେ କିଣି ବିକୁଛନ୍ତି…

ଜଳେଶ୍ୱର, ୨୫।୯(ନବୀନ ସାହୁ)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆରେ ଅଞ୍ଚଳରେ ମିଳୁଛି ନକଲି ପେଟ୍ରୋଲ ଓ ଡିଜେଲ। ଯାହା ପଶ୍ଚିମବଙ୍ଗରୁ ଆସି ସୀମାନ୍ତବର୍ତ୍ତୀ ଅଞ୍ଚଳ ଚୂଡ଼ାମଣିପୁର ଦେଇ ଓଡ଼ିଶାରେ ପହଞ୍ଚୁଛି। ରାଇବଣିଆ ଅଞ୍ଚଳର ପ୍ରତ୍ୟେକ ଛୋଟ ଏବଂ ବଡ ପାନ ଦୋକାନରେ ଏହା ବିକ୍ରୀ ହେଉଥିବା ଚର୍ଚ୍ଚା ହେଉଛି। ଦୋକାନୀମାନେ ୮୫ ଟଙ୍କାରେ ପେଟ୍ରୋଲ ଓ ଡିଜେଲ ୮୦ଟଙ୍କାରେ କିଣି ୧୧୫ ଟଙ୍କାରେ ବିକ୍ରୀ କରି ବେଶ୍‌ ଲାଭ କରୁଛନ୍ତି। ଯେତେବେଳେ କି, ପେଟ୍ରୋଲ ଟାଙ୍କିରେ ୧୦୧ଟଙ୍କା ଏବଂ ଡିଜେଲ ୯୫ରେ ମିଳିଥାଏ। ଏହି ନକଲି ପେଟ୍ରୋଲ ଏବଂ ଡିଜେଲ୍‌ ବ୍ୟବହାର କରି ଗାଡ଼ି ଚାଳକମାନେ ଯାନ୍ତ୍ରିକ ତ୍ରୁଟିଜନିତ ସମସ୍ୟା ଭୋଗୁଛନ୍ତି। ଏ ସମ୍ପର୍କରେ ଜଳେଶ୍ୱର ଏସ୍‌ଡିପିଓ ଦିଲୀପ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଛନ୍ତି, ଏନେଇ ଆମେ ଅବଗତ ନ ଥିଲୁ। ଜଳେଶ୍ୱର ଓ ରାଇବଣିଆ ଥାନା ଆଇଆଇସିଙ୍କୁ ଅବଗତ କରାଯାଇ ଏହାର କଡାକଡି ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ବିଲୁଆ ଆତଙ୍କ: ଲୋକଙ୍କୁ କଲା ଲହୁଲୁହାଣ

ପୋଲସରା,୨୫।୯:ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ପଞ୍ଚାୟତରେ କିଛି ବିଲୁଆଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗାଁରେ ବିଲୁଆ ପଶି ଅନେକ ଲୋକଙ୍କୁ ଆକ୍ରମଣ କରିଛି। ଉକ୍ତ ପଞ୍ଚାୟତର...

ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର,୨୫।୯(ସଦାଶିବ ପ୍ରହରାଜ): ହାତରେ କୋଦାଳ ଧରି ସଚ୍ଛତା ଅଭିଯାନରେ ଅଗ୍ରସର ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ...

ବରଡ଼ା ମାଳଗୋଡ଼ା, ବାଜବାଟି ଖାଦାନରେ ବେଆଇନ ଉତ୍ତୋଳନ

ଯାଜପୁର,୨୫।୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ମହଜୁଦ ଥିବା ମୂଲ୍ୟବାନ କଳାପଥର ଖାଦାନ ଲୁଟ୍‌ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। କିଛିଦିନର ନୀରବତା...

ସମୁଦ୍ର ଗର୍ଭରେ ଧ୍ୱଂସହେବ ଅଗରନାସୀ ଝାଉଁ ଜଙ୍ଗଲ

ମହାକାଳପଡ଼ା,୨୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସାମୁଦ୍ରିକ ଜଳ ପତ୍ତନ ବୃଦ୍ଧି ପାଇବା ସହ ଉଚ୍ଚ ଲହଡ଼ିରେ କୂଳ ଅବକ୍ଷୟ ହେଉଛି। ସମୁଦ୍ର ଅବକ୍ଷୟକୁ...

ପୂର୍ବ ଶତ୍ରୁତା, ସ୍କ୍ରାପ୍‌ ବିକ୍ରି ବିବାଦରୁ ଗଡ଼ିଥିଲା ମୁଣ୍ଡ

ଅନୁଗୋଳ,୨୫୯ (ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସଦର ଥାନା ଛେଳିଆପଡ଼ାସ୍ଥିତ ଭବାନୀ ଶଙ୍କର ଭଞ୍ଜ (ବୁବୁ) ହତ୍ୟାକାଣ୍ଡ ଉପରୁ ପୋଲିସ ମଙ୍ଗଳବାର ପରଦା ଉଠାଇଛି। ପୂର୍ବ ଶତ୍ରୁତା ଓ...

ବାଲିପାଟଣା ଥାନାରେ ଥାର୍ଡ ଡିଗ୍ରୀ

ଭୁବନେଶ୍ୱର,୨୫୯ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ସାରା ଦେଶରେ ଓଡ଼ିଶା ପୋଲିସର ଭାବମୂର୍ତ୍ତିକୁ ଲୋକଲୋଚନକୁ ଆଣିଥିବାବେଳେ କମିଶନରେଟ୍‌...

ମୃତଦେହ ସତ୍କାର ପରେ ମୃତକଙ୍କ ମିଳିଲା ପରିଚୟ ପରେ…

ଅନୁଗୋଳ,୨୫।୯(ମାନସ ବିଶ୍ୱାଳ): ଅଜଣା ବୋଲି ୫ ଦିନ ଧରି ଶବାଗାରରେ ସଂରକ୍ଷିତ ଥିଲା ମୃତଦେହ। କେହି ଦାବିଦାର ନ ଆସିବାରୁ ଶେଷରେ ମଙ୍ଗଳବାର ପୋଲିସ ପକ୍ଷରୁ...

ବୁଲା କୁକୁର, ଗୋରୁଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସହରବାସୀ

ପାରଳାଖେମୁଣ୍ଡି,୨୫।୯(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ରାତି ସମୟରେ ବିଭିନ୍ନ ଛକରେ ବୁଲା କୁକୁର ଓ ଗୃହପାଳିତ ପ୍ରାଣୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସନ୍ଧ୍ୟା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri