Advertisement
Categories: ଖେଳ

ଗୋଟିଏ ଓଭରରେ ଦୁଇ ହାତରେ ବୋଲିଂ

ନୂଆଦିଲ୍ଲୀ,୪ା୪: ଶ୍ରୀଲଙ୍କାର କାମିଣ୍ଡୁ ମେଣ୍ଡିସ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) ପାଇଁ ଆଇପିଏଲ୍‌ରେ ପଦାର୍ପଣ କରିଥିଲେ। ପ୍ରଥମ ଆଇପିଏଲ୍‌ ମ୍ୟାଚରେ ସେ ଦୁଇ ହାତରେ ସ୍ପିନ ବୋଲିଂ କରିବାର ଦକ୍ଷତା ଦ୍ୱାରା ଉଭୟ ବ୍ୟାଟର ଓ ଫ୍ୟାନ୍ସଙ୍କ ଚକିତ କରିଛନ୍ତି।

କେକେଆର୍‌ ଇନିଂସର ୧୩ତମ ଓଭରରେ ବୋଲିଂ କରିବାକୁ ଆସିଥିବା କାମିଣ୍ଡୁ ଡାହାଣ ହାତୀ ବ୍ୟାଟର ଅଙ୍ଗକ୍ରିଶ ରଘୁବଂଶୀଙ୍କୁ ବାମହାତୀ ଅର୍ଥଡକ୍ସ ସ୍ପିନ ବୋଲିଂ କରିଥିଲେ। ରଘୁବଂଶୀ ପ୍ରଥମ ବଲରେ ସିଙ୍ଗଲ ନେଇଥିଲେ। ପରବର୍ତ୍ତୀ ବଲ ଖେଳିବାକୁ ବାମହାତୀ ବ୍ୟାଟର ଭେଙ୍କଟେଶ ଆୟାର ଷ୍ଟ୍ରାଇକ୍‌କୁ ଆସିଥିଲେ। ଏହା ଦେଖି କାମିଣ୍ଡୁ ଡାହାଣ ହାତୀ ଅଫ ସ୍ପିନ ବୋଲିଂ କରିଥିଲେ। ଓଭରର ତୃତୀୟ ବଲରେ ଅର୍ଦ୍ଧଶତକ କରିଥିବା ରଘୁବଂଶୀଙ୍କୁ ଆଉଟ୍‌ କରି ତାଙ୍କ ଆଇପିଏଲ୍‌ ପଦାର୍ପଣକୁ ସ୍ମରଣୀୟ କରିଥିଲେ। ନୂଆ ବ୍ୟାଟର ରିଙ୍କୁ ସିଂଙ୍କୁ ସେ ପୁଣି ଡାହାଣ ହାତରେ ଅଫ ସ୍ପିନ ବୋଲିଂ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ମେଣ୍ଡିସ ଟେଷ୍ଟ ଇତିହାସର ପ୍ରଥମ କ୍ରିକେଟର ଭାବେ ପ୍ରଥମ ୮ ଟେଷ୍ଟରେ ପ୍ରତ୍ୟେକ ଥର ଅର୍ଦ୍ଧଶତକ ହାସଲ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel