୧୦୦ କୋଟି କ୍ଲବ୍‌ରେ ‘ଡ୍ରିମ ଗର୍ଲ-୨’

ମୁମ୍ବାଇ: ଫିଲ୍ମ ‘ଡ୍ରିମ ଗର୍ଲ-୨’ ରିଲିଜ୍‌ ହେବାର ୧୦ ଦିନ ପରେ ସାରା ଦୁନିଆରେ ୧୦୦ କୋଟି ଅତିକ୍ରମ କରିଛି, ଅର୍ଥାତ୍‌ ୧୦୦ କୋଟି କ୍ଲବରେ ପ୍ରବେଶ କରିଛି। ଏହା ସହିତ ‘ଡ୍ରିମ ଗର୍ଲ-୨’ର ଅଭିନେତାଙ୍କ ଏହା ପଞ୍ଚମ ଚଳଚ୍ଚିତ୍ର, ଯାହା ୧୦୦ କୋଟି କ୍ଲବରେ ପ୍ରବେଶ କରିବାରେ ସଫଳ ହୋଇଛି।

‘ଡ୍ରିମ ଗର୍ଲ-୨’ ପୂର୍ବରୁ ଆୟୁଷ୍ମାନ ଖୁରାନାଙ୍କ ଆଉ ଚାରିଟି ଚଳଚ୍ଚିତ୍ର ୧୦୦ କୋଟି ଅତିକ୍ରମ କରିଛି। ଏଥିମଧ୍ୟରେ ଅନ୍ଧାଧୁନ(୪୫୬.୮୯ କୋଟି), ବଧାଇ ହୋ (୨୨୧.୪୪ କୋଟି), ଡ୍ରିମ ଗର୍ଲ (୨୦୦.୮୦ କୋଟ) ଏବଂ ବାଲା (୧୭୧.୪୯ କୋଟି) ସାମିଲ।

Share