Categories: ଖେଳ

ବକ୍ସର ଅମିର ଖାଁ ଦୁଇ ବର୍ଷ ବାସନ୍ଦ

ଲଣ୍ଡନ,୫ା୪(ଏପି): ଅବସରପ୍ରାପ୍ତ ବ୍ରିଟିଶ ବକ୍ସର ଅମିର ଖାଁଙ୍କୁ ସମସ୍ତ ପ୍ରକାର ଖେଳରୁ ଦୁଇବର୍ଷ ବାସନ୍ଦ କରାଯାଇଛି। ତାଙ୍କ କ୍ୟାରିୟରର ଶେଷ ଫାଇଟ୍‌ ସମୟରେ ତାଙ୍କର ହୋଇଥିବା ଡୋପ୍‌ ଟେଷ୍ଟରେ ସେ ବିଫଳ ହୋଇଛନ୍ତି। ୨୦୨୨ ଫେବୃୟାରୀରେ ମାଞ୍ଚେଷ୍ଟରଠାରେ କେଲ୍‌ ବ୍ରୁମ୍‌ଙ୍କଠାରୁ ପରାଜୟ ପରେ ହୋଇଥିବା ଡୋପ୍‌ ଟେଷ୍ଟରେ ତାଙ୍କଠାରୁ ସଂଗୃହୀତ ନମୁନାରେ ନିଷିଦ୍ଧ ଆନାବୋଲିକ୍‌ ଏଜେଣ୍ଟ ଓଷ୍ଟ୍ରାଇନ୍‌ର ମାତ୍ରା ଦେଖିବାକୁ ମିଳିଥିଲା ବୋଲି ୟୁକେ ଆଣ୍ଟି ଡୋପିଙ୍ଗ ଏଜେନ୍ସି ମଙ୍ଗଳବାର ପ୍ରକାଶ କରିଛି। ଓଷ୍ଟ୍ରାଇନ୍‌ ହେଉଛି ଏକ ସିଲେକ୍ଟିଭ ଆଣ୍ଡ୍ରୋଜେନ୍‌। ଏହା ମାଂସପେଶୀ ସୁଦୃଢ କରିବାରେ ସହାୟକ ହୋଇଥାଏ। ଉକ୍ତ ଫାଇଟ୍‌ର ୩ ମାସ ପରେ ବକ୍ସିଂରୁ ଅବସର ନେଇଥିଲେ। ତାଙ୍କ ବାସନ୍ଦ ଦଣ୍ଡ ମିଆଦ ୨୦୨୪ ଏପ୍ରିଲ ୫ ପର୍ଯ୍ୟନ୍ତ ରହିଛି। ଅମିର ଖାଁ ତାଙ୍କ ସମୟରେ ବ୍ରିଟେନର ଅନ୍ୟତମ ଶ୍ରେଷ୍ଠ ବକ୍ସର ଭାବେ ପରିଗଣିତ ହେଉଥିଲେ। ତାଙ୍କ ବିଜୟ ପରାଜୟ ରେକର୍ଡ ୩୪-୬ ରହିଛି। ଇଣ୍ଡିପେଣ୍ଡେଣ୍ଟ ପ୍ୟାନେଲ ବ୍ରୁକ୍‌ଙ୍କ ବିପକ୍ଷ ତାଙ୍କ ଫାଇଟ୍‌ର ଫଳାଫଳକୁ ଅଯୋଗ୍ୟ କରି ଦେଇଛନ୍ତି।

Share