Categories: ଖେଳ

ବକ୍ସିଂ ଚାମ୍ପିୟନ ଡେଭିନ୍‌ ହେନି ଗିରଫ

ଲସ୍‌ଏଞ୍ଜେଲ୍ସ,୧୫ା୭(ଏପି): ଅପ୍ରତିଦ୍ୱନ୍ଦ୍ୱୀ ଲାଇଟ୍‌ଓ୍ବେଟ୍‌ ଚାମ୍ପିୟନ ଡେଭିନ୍‌ ହେନି ଲସ୍‌ଏଞ୍ଜେଲ୍ସରେ ଗିରଫ ହୋଇଛନ୍ତି। ସେ ତାଙ୍କ କାର୍‌ରେ ବେଆଇନ ଅସ୍ତ୍ର ଲୁଚାଇକରି ରଖିଥିଲେ। ୨୪ ବର୍ଷୀୟ ହେନି କିନ୍ତୁ ପରେ ୩୫,୦୦୦ ଜାମିନ ମୁଚାଲିକାରେ ଛାଡ଼ ପାଇଛନ୍ତି। ଅଗଷ୍ଟ ୩ରେ ମ୍ୟୁନିସିପାଲ୍‌ କୋର୍ଟରେ ଏହି ମାମଲାର ଶୁଣାଣି ହେବ। ହେନି କାର୍‌ର ପଛ ସିଟ୍‌ରେ ବସିଥିଲେ। ବକ୍ସରଙ୍କ ସହିତ ପିତା ତଥା ଟ୍ରେନର ଓ ମ୍ୟାନେଜର ବିଲ୍‌ ହାନି ରହିଥିଲେ। ବିଲ୍‌ କହିଛନ୍ତି, ଭୁଲ ବୁଝାମଣା ହୋଇଛି। ଡେଭିନ୍‌ ଯେତେବେଳେ କୋର୍ଟରେ ହାଜର ହେବେ ସବୁ ସମାଧାନ ହୋଇଯିବ। ପାଖରେ ଅସ୍ତ୍ର ରଖିବାର ଲାଇସେନ୍ସ ଥାଇ ସୁଦ୍ଧା ଡେଭିନ୍‌ ଗିରଫ ହେବା ଦୁର୍ଭାଗ୍ୟଜନକ। ସୂଚନାଯୋଗ୍ୟ, ଗତ ମେ’ ମାସରେ ଲାସ୍‌ ଭେଗାସ୍‌ଠାରେ ବିଚାରକମଣ୍ଡଳୀର ଏକ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ଭାସିଲି ଲୋମାଚେଙ୍କାଙ୍କୁ ହରାଇ ହାନି ଟାଇଟଲ ବଜାୟ ରଖିବା ସହ ତାଙ୍କ ରେକର୍ଡ (୩୦-୦)ରେ ଉନ୍ନତି ଆଣିଛନ୍ତି।

Share