Categories: ଖେଳ

ଅବସର ଘୋଷଣା କଲେ କିମ୍ବଦନ୍ତୀ ବକ୍ସର ମେରି କମ୍

ନୂଆଦିଲ୍ଲୀ,୨୪।୧: ଛଅ ଥର ବିଶ୍ୱ ଚାମ୍ପିଅନ୍ ତଥା ୨୦୧୨ ଅଲିମ୍ପିକ୍ ପଦକ ବିଜେତା ମଙ୍ଗଟେ ଚୁଙ୍ଗନେଜାଙ୍ଗ ମେରି କମ୍ ବୁଧବାର ବକ୍ସିଂରୁ ଅବସର ଘୋଷଣା କରିଛନ୍ତି। ଆନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ୍ (ଆଇବିଏ) ନିୟମ ଅନୁଯାୟୀ ପୁରୁଷ ଏବଂ ମହିଳା ବକ୍ସରମାନଙ୍କୁ କେବଳ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଲଢ଼ିବାକୁ ଅନୁମତି ଦେଇଥାଏ। ମେରିଙ୍କୁ ବର୍ତମାନ ୪୧ ବର୍ଷ ହୋଇଥିବାରୁ ସେ ଆଉ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ, ଯେଉଁଥିପାଇଁ ସେ ଅବସର ଘୋଷଣା କରିଛନ୍ତି।

“ଏବେ ମଧ୍ୟ ମୋର ପ୍ରତିଯୋଗିତା କରିବାକୁ ଆଗ୍ରହ ରହିଛି କିନ୍ତୁ ଦୁର୍ଭାଗ୍ୟବଶତଃ ବୟସ ସୀମା ହେତୁ ଏହା ସମାପ୍ତ ହୋଇଛି ମୁଁ କୌଣସି ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବି ନାହିଁ। ମୁଁ ଅଧିକ ଖେଳିବାକୁ ଚାହେଁ କିନ୍ତୁ ମୋତେ ଛାଡିବାକୁ ବାଧ୍ୟ କରାଯାଉଛି (ବୟସ ସୀମା ହେତୁ)। ମୋତେ ଅବସର ନେବାକୁ ପଡିବ। ତେବେ ମୁଁ ମୋର ଜୀବନରେ ସବୁକିଛି ହାସଲ କରିଛି ବୋଲି ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି।”

ମେରି ବକ୍ସିଂ ଇତିହାସରେ ପ୍ରଥମ ମହିଳା ବକ୍ସର ଯିଏକି ୬ ଟି ବିଶ୍ୱ ଟାଇଟଲ୍ ହାସଲ କରିଛନ୍ତି। ପାଞ୍ଚ ଥର ଏସୀୟ ଚାମ୍ପିଅନ୍ ଭାରତର ପ୍ରଥମ ମହିଳା ବକ୍ସର ଭାବରେ ୨୦୧୪ ଏସୀୟ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଅଭିଜ୍ଞ ମେରି କମ୍ ଲଣ୍ଡନ ୨୦୧୨ ଅଲିମ୍ପିକ୍ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ଯାହା ଫଳରେ ସେ ସମସ୍ତ ବର୍ଗର ଟାଇଟଲ୍ ହାସଲ କରିଥିଲେ। ସେ ପେନସିଲଭାନିଆର ସ୍କ୍ରାଣ୍ଟନରେ ଅନୁଷ୍ଠିତ ଉଦ୍ଘାଟନୀ ବିଶ୍ୱକ୍ରୀଡ଼ାରେ 18 ବର୍ଷ ବୟସରେ ନିଜକୁ ବିଶ୍ୱ ସହିତ ପରିଚିତ କାରାଇଥିଲେ।

ଆଗାମୀ ବର୍ଷରେ, ସେ ପ୍ରଥମ ଭାରତୀୟ ହୋଇ AIBA ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ୨୦୦୫, ୨୦୦୬, ୨୦୦୮ ଏବଂ ୨୦୧୦ ସଂସ୍କରଣରେ ବିଶ୍ୱ ଚାମ୍ପିଅନସିପ୍ ଟାଇଟଲ୍ ହାସଲ କରିଥିଲେ। ୨୦୦୮ ଟାଇଟଲ୍ ଜିତିବା ପରେ, ମେରି ତାଙ୍କ ଯାଆଁଳା ସନ୍ତାନ ଜନ୍ମ କରିବା ପରେ ଖେଳରୁ କିଛି ଦିନ ବିରତି ନେଇଥିଲେ।

Share