ଝାଡଖଣ୍ଡ,୨୩।୧୨: ଝାଡଖଣ୍ଡର ଦେଓଗର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୪ ବର୍ଷୀୟ ବାଳକର ଗଳା କାଟି, ହାତ ,ଗୋଡ କାଟି ମୃତଦେହକୁ ଅଖା ଭିତରେ ଭର୍ତ୍ତି କରି ଏକ ଜଙ୍ଗଲରେ ପଡିଥିବା ଅଭିଯୋଗ ହୋଇଛି। ତେବେ ମୃତକ ବାଳକର ବନ୍ଧୁମାନେ ଏଭଳି କରିଥିବା ପୋଲିସ କହିଛି।
ସୂଚନାନୁସାରେ, ମଙ୍ଗଳବାର ରାତିରେ ସେ ନିଖୋଜ ହୋଇଯାଇଥିଲେ। ପରିବାର ବୁଧବାର ଦିନ ଅଭିଯୋଗ କରିଥିବା ପୋଲିସ ଅଧିକାରୀ ପୱନ କୁମାର କହିଛନ୍ତି। ମୃତକଙ୍କ ବନ୍ଧୁଙ୍କୁ ପୋଲିସ ଅଟକ ରଖି ପଚରାଯାଇଥିଲା । ମଙ୍ଗଳବାର ରାତି ପ୍ରାୟ ୮.୩୦ ସମୟରେ ଜାସିଡିହ ପୋଲିସ ଷ୍ଟେଶନ ପରିସରରେ ଥିବା ରୋହିଣୀ ଗ୍ରାମରେ ତାଙ୍କୁ ଘର ବାହାରେ ତାଙ୍କର ଜଣେ ଭେଟିଥିଲେ ଏବଂ କୁମ୍ରାବାଡ ଷ୍ଟେସନ ରୋଡକୁ ଯାଇଥିଲେ। ଯେଉଁଠାରେ ଅନ୍ୟ ଜଣେ ବନ୍ଧୁ ଅବିନାଶ ସେମାନଙ୍କ ସହ ଯୋଗ ଦେଇଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଅବିନାଶ ଏବଂ ମୃତଙ୍କ ମଧ୍ୟରେ କଳି ଲାଗିଥିବା ବେଳେ ଏହି ତିନିଜଣ ପାଲଙ୍ଗା ପାହାଡ ଜଙ୍ଗଲ ଆଡକୁ ଯାଇଥିଲେ। ତେବେ ଅବିନାଶ ଏକ ଛୁରିରେ ତାଙ୍କର ହତ୍ୟା କରିବା ପରେ ଗଳା କାଟି ଦେଇଥିଲେ। ଏହା ପରେ ଶରୀରର ଅଙ୍ଗଗୁଡ଼ିକୁ ତିନିଟି ବ୍ୟାଗରେ ଭର୍ତ୍ତି କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଅବିନାଶ ମଧ୍ୟ ଏହି ଅପରାଧକୁ ସ୍ବୀକାର କରିଥିବା ବେଳେ ତାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।