ବନ୍ଧୁକ ସହ ଖେଳୁଥିଲେ କୁନି ପୁଅ, ତା’ ପରେ …

ଓ୍ବାଶିଂଟନ,୧୫।୩: ଜଣେ ୩ ବର୍ଷୀୟ ଶିଶୁପୁତ୍ର ଦୁର୍ଘଟଣାବଶତଃ ଗୁଳି କରି ତାଙ୍କ ମା’ଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ସୋମବାର ଘଟିଛି ଆମେରିକାର ସିକାଗୋ ସହରରେ।

ଘଟଣାଟି ଶନିବାର ସନ୍ଧ୍ୟାରେ ଡଲଟନର ଏକ ସୁପରମାରକେଟ୍‌ର ପାର୍କିଂ ଲଟରେ ଘଟିଛି। ଶିଶୁପୁତ୍ରଟି କାରର ପଛରେ ଛୁଆଙ୍କ ସିଟ୍‌ରେ ବାପା ମା’ଙ୍କ ସହ ବସିଥିଲା। ବାପାଙ୍କ ପିସ୍ତଲ କେଉଁ ଭଳି ଶିଶୁପୁତ୍ରଙ୍କ ହାତରେ ପଡ଼ିଥିଲା ତାହା ଜଣାପଡ଼ି ନାହିଁ। କାରରେ ଥାଇ ଶିଶୁ ପିସ୍ତଲରେ ଖେଳିବା ଆରମ୍ଭ କରିଥିଲେ। କିଛି ସମୟ ପରେ ସେ ଟ୍ରିଗର ଦାବି ଦେଇଥିଲେ ବୋଲି ସ୍ଥାନୀୟ ପୋଲିସ ମୁଖ୍ୟ ରବର୍ଟ କଲିନ୍ସ କହିଛନ୍ତି।

ଶିଶୁପୁତ୍ର ମା’ ଦାଏଜା ବେନେଟ (୨୨)ଙ୍କ ବେକ ପଛରେ ଗୁଳି ବାଜିଛି। ତାଙ୍କୁ ସିକାଗୋ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତଦନ୍ତ ଚାଲୁଥିବାରୁ ମୃତକଙ୍କ ସ୍ବାମୀଙ୍କୁ ପୋଲିସ ଅଟକ ରଖିଛି।

Share