ଆମେରିକାରେ ଏକ ରୋଚକ ଘଟଣା ଘଟିଛି। ଜଣେ ୧୪ ବର୍ଷର ବାଳକ ତାଙ୍କ ୧୧ ବର୍ଷର ଗର୍ଲଫ୍ରେଣ୍ଡକୁ ନେଇ ଏକ କାରରେ ଘରୁ ପଳାଇ ଯାଇଛନ୍ତି। ଆମେରିକାରେ ନ୍ୟୁୟର୍କ ସହରରେ ଘଟିଛି ଏହି ଘଟଣା। ପିଲାଟି ପିତାଙ୍କ କାର ବାହାର କରି ନିଜେ ଗାଡି ଚଲାଇ ପଳାଇ ଯାଇଥିଲେ। ସେ ରାଜପଥରେ ଅତି ଦ୍ରୁତ ଗତିରେ କାର ଚଲାଉଥିବାର ଦେଖିବାକୁ ମିଳିଥିଲା। ଘରୁ ୧୯୦୦ କିଲୋମିଟର ଦୂରରେ ପହଞ୍ଚିବା ପରେ ପୋଲିସ ବାଳକକୁ ଧରିବାରେ ସଫଳ ହୋଇଥିଲା। ପୁଅର ନିଖୋଜ ସମ୍ପର୍କରେ ତାଙ୍କ ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ। ପିଲାଟି ପିତାଙ୍କ ଟୟୋଟା କମ୍ପାନୀ ମିନିଭ୍ୟାନ୍ ନେଇ ଘରୁ ପଳାଇ ଆସିଥିଲେ। ପୋଲିସ କହିଛି ଯେ ବାଳକଟି ୧୫୦କିଲୋମିଟର ବେଗରେ ଗାଡି ଚଳାଉଥିବା ବେଳେ ସେହି ରାସ୍ତାରେ ବେଗ ସୀମା ୧୦୪ କିଲୋମିଟର ଥିଲା। ୧୪ ବର୍ଷର ବାଳକର ନାମ ହେଉଛି କେଭିନ ଫିଗୁରୋସ। ସେ ନ୍ୟୁୟର୍କରୁ ଆୟୋଓ୍ବା ରାଜ୍ୟକୁ ଯାଇଥିଲେ। ସେ ସେଠାରୁ ଧରାପଡିଥିବା ପୋଲିସ କହିଛି। ତାଙ୍କୁ ନ୍ୟୁୟର୍କକୁ ଆଣିବା ପାଇଁ ଏବେ ପ୍ରସ୍ତୁତି ଚାଲିଛି।