ଅମିରଙ୍କ ଫିଲ୍ମ ପରେ ଆଲିଆଙ୍କ ଫିଲ୍ମକୁ ବୟକଟ ଦାବି

ଅଭିନେତା ଅମିରଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ବୟକଟ ପରେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ଡାର୍ଲିଙ୍ଗସ୍‌ ରିଲିଜ୍‌ ହେବା ପୂର୍ବରୁ ସୋସିଆଲ ମିଡିଆରେ #boycottaliabhatt ଦାବି ହେଉଛି। କହିବାନୁଯାୟୀ, ଫିଲ୍ମରେ ପୁରୁଷମାନଙ୍କ ସହ ଡୋମେଷ୍ଟିକ ଭାଓଲେନ୍ସକୁ କମେଡି ରୂପେ ଚିତ୍ରିତ କରାଯାଇଛି। ଅଧିକାଂଶ ଲୋକ ଫିଲ୍ମର କନ୍ସେପ୍ଟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ୟୁଜର୍ସମାନେ ପୁରୁଷଙ୍କ ପ୍ରତି ଘରୋଇ ହିଂସା କିପରି ସ୍ବାଭାବିକ ହୋଇପାରେ ବୋଲି ପ୍ରଶ୍ନ କରିଛନ୍ତି। ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରେ ଦର୍ଶକ ଏହାକୁ ପସନ୍ଦ କରିଥିଲେ। ହେଲେ ରିଲିଜ୍‌ ପୂର୍ବରୁ ଏହି ଫିଲ୍ମକୁ ବିରୋଧ କରାଯାଇଛି।

Share