ପ୍ରେମିକାଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ ଅର୍ଜୁନ: ଖାସ୍‌ ବାର୍ତ୍ତା ଦେଇ କହିଲେ ‘ତୁମେ କେବଳ ମୋର ହୋଇ ରୁହ’

ବମ୍ବେ: ଜନ୍ମଦିନରେ ଅଭିନେତ୍ରୀଙ୍କ ଲାଗି ରୋମାଣ୍ଟିକ୍‌ ହେଲେ ପ୍ରେମିକ ତଥା ଅଭିନେତା ଅର୍ଜୁନ କପୁର। ରବିବାର ତାଙ୍କ ପ୍ରେମିକା ମଲାଇକା ଅରୋରାଙ୍କ ହାପି ବର୍ଥ ଡେ। ଏହାକୁ ନେଇ ସେ ବେଶ ରୋମାଣ୍ଟିକ୍‌ ପୋଷ୍ଟ କରିଛନ୍ତି। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଉଭୟଙ୍କ ଫଟୋ ଶେୟାର କରି ସେ ଖାସ୍‌ ବାର୍ତ୍ତା ଦେଇଛନ୍ତି। ଫଟୋର କ୍ୟାପଶନରେ ଅର୍ଜୁନ ମଲାଇକାଙ୍କୁ ପ୍ରେମ ନିବେଦନ କରି ଲେଖିଛନ୍ତି, ‘ହାପି ବର୍ଥ ଡେ’ ବେବି। ତୁମେ ଯେମିତି ସେମିତି ରୁହ। ଖୁସି ରୁହ। ସବୁବେଳେ ମୋର ହୋଇ ରୁହ।’

କହିରଖୁଛୁ ଅର୍ଜୁନ-ମଲାଇକା ବଲିଉଡ୍‌ର ମୋଷ୍ଟ ରୋମାଣ୍ଟିକ୍‌ ଏବଂ ସୁନ୍ଦର ଯୋଡ଼ି ମଧ୍ୟରୁ ଅନ୍ୟତମ। ଉଭୟ ସମ୍ପର୍କକୁ ଖୋଲାଖୋଲି ସ୍ବିକାର କରିବା ଦିନଠାରୁ ପରସ୍ପରକୁ ମିଠା ମିଠା କଥା କହି ଆସୁଛନ୍ତି। ଏକାଠି ଛୁଟି କଟାଇବାରୁ ଆରମ୍ଭ କରି ବିଭିନ୍ନ ପାର୍ଟିରେ ଯୋଗଦେବା ଯାଏ, ଦୁହେଁ ଦୁହିଁଙ୍କ ହାତ କେବେ ବି ଛାଡ଼ନ୍ତି ନାହିଁ। ଏବେ ସେମାନେ କେବେ ବିବାହ କରିବେ ତାକୁ ପ୍ରଶଂସକ ଅପେକ୍ଷା କରି ରହିଛନ୍ତି।

Share