Categories: ଜାତୀୟ

୪ ସନ୍ତାନଙ୍କ ମା’ଙ୍କୁ ଭେଟିବାକୁ ଆସିଲେ ପ୍ରେମିକ: ବେଡ୍‌ରୁମ୍‌ରେ ଧରାପଡ଼ି ଖାଇଲେ ନିସ୍ତୁକ ମାଡ଼…

ପାଟନା, ୩୦।୮: ପ୍ରେମିକ ପ୍ରେମିକାଙ୍କୁ ଭେଟିବାକୁ ତାଙ୍କ ଶ୍ୱଶୁର ଘରକୁ ଆସି ହଟହଟା ହୋଇଛନ୍ତି। ପ୍ରେମିକା ୪ ସନ୍ତାନଙ୍କ ମା’। ଶ୍ୱଶୁର ଘର ଲୋକେ ପ୍ରେମିକଙ୍କୁ ବେଡ୍‌ରୁମ୍‌ରୁ ଘୋଷାଡ଼ି ଘୋଷାଡ଼ି ରାସ୍ତା ତଳେ ପକାଇ ବିଧା ଗୋଇଠା ସହିତ ନିସ୍ତୁକ ମାଡ଼ ମାରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଛି। ବିହାରର ଗୋପାଳଗଞ୍ଜ୍‌ର ମୁର୍ଗିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ଗୋଡ଼ରେ ଦଉଡ଼ି ବାନ୍ଧି ୨ କିମି ପର୍ଯ୍ୟନ୍ତ ଘୋଷାଡ଼ି ନିଆ ଯାଇଥିବା ପୋଲିସ କହିଛି। ଆଇନକୁ ହାତକୁ ନେଇଥିବା ଅଭିଯୋଗରେ ଶ୍ୱଶୁର ଘର ସଦସ୍ୟଙ୍କୁ ପୋଲିସ ପକ୍ଷରୁ ଥାନାରେ ପଚରା ଉଚରା ଜାରି ରହିଛି।

Share