ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ଜେଲ ଗଲେ ପ୍ରେମିକ ଯବାନ

ଅତାବିରା଼,୧୮।୧୦(ହୃଷୀକେଶ ଖମାରୀ): ହତ୍ୟା ଅଭିଯୋଗରେ ବରଗଡ଼ ଜିଲା ଭେଡ଼େନ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଭେଡ଼େନ ଥାନା କଦଳୀପାଲି ଗ୍ରାମର ଶମ୍ଭୁ ମଟାରୀ(୨୪)। ସେ ଆସାମ ପାରା ମିଲିଟାରିରେ କାର୍ଯ୍ୟରତ ଥିଲେ। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଭେଡ଼େନ ଥାନା ପୋଲିସ ଏକ ହତ୍ୟା ମାମଲା (ନଂ.୨୯୮/୨୪) ରୁଜୁ କରିଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଶମ୍ଭୁ ଏବଂ ସୋହେଲା ଥାନା ସୁଚବାହାଲ ଗ୍ରାମର ନନ୍ଦିତା ବରିହାଙ୍କ ମଧ୍ୟରେ ଫେସ୍‌ବୁକରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ନନ୍ଦିତା ହାଇଦ୍ରାବାଦରେ ରହି ନର୍ସ କାମ କରୁଥିଲେ। ତେବେ ପ୍ରେମ ସମ୍ପର୍କର କିଛିମାସ ପରେ ଶମ୍ଭୁ ନନ୍ଦିତାଙ୍କଠାରୁ ଦୂରେଇ ଯାଇଥିଲେ। ଶମ୍ଭୁ ଛୁଟିରେ ଗ୍ରାମକୁ ଆସିଥିବା ସୂଚନା ପାଇ ଗତ ୧୫ତାରିଖରେ ନନ୍ଦିତା ପ୍ରେମିକ ଶମ୍ଭୁଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ଶମ୍ଭୁ ଧରାଛୁଆଁ ଦେଇ ନ ଥିଲେ। ଅନ୍ୟପଟେ ବୁଧବାର ଶମ୍ଭୁଙ୍କ ଗ୍ରାମର ଅନତିଦୂରରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ନନ୍ଦିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନନ୍ଦିତାଙ୍କ ପରିବାର ଲୋକେ ଏ ନେଇ ଶମ୍ଭୁଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ତାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଭାଙ୍ଗିଲା ତୋରଣ: ଚାପି ହୋଇଗଲା କାର୍‌, ବାଇକ୍‌

କଟକ,୧୮।୧୦(ଶିଳ୍ପା ପ୍ରିୟଦର୍ଶିନୀ): କଟକ ନେତାଜୀ ବସ୍‌ ଟର୍ମିନାଲ ନିକଟରେ ଏକ ଅଘଟଣ ଘଟିଛି। ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ନିର୍ମାଣ ହୋଇଥିବା ଲାଇଟ...

ହିଞ୍ଜିଳିରେ ତେଜିଲା ରାଜନୈତିକ ହିଂସା: ସମିତି ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ

ହିଞ୍ଜିଳିକାଟୁ ,୧୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବ୍ଲକ ତଥା ବେଲଗାଁ ଥାନା ଅନ୍ତର୍ଗତ ଦୟାପଲ୍ଲୀ ପଞ୍ଚାୟତରେ ଶୁକ୍ରବାର ରାଜନୈତିକ ହିଂସା ଦେଖା ଦେଇଛି। ସମିତି ସଭ୍ୟ ଇପିଲି...

ଛୁଟି ପରେ ଖୋଲିଲା ସ୍କୁଲ: ହେଲେ ୫ଦିନ ହେଲା ଜାରିରହିଛି ଧାରଣା, ରାସ୍ତାରେ ବସିଲେ ଛାତ୍ରୀଛାତ୍ର

କେସିଙ୍ଗା,୧୮ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ ବାଲସି(କ)ର ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ରାଉତଙ୍କୁ ଶିକ୍ଷା କମିଟି ଯୋଗଦାନ କରାଇଦେବୁ...

ବୌଦ୍ଧ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ, ଆଇନଶୃଙ୍ଖଳା ନେଇ କଲେ ସମୀକ୍ଷା

ବୌଦ୍ଧ,୧୮ା୧୦(ଅଜିତ କୁମାର ବାରିକ): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି ଖୁରାନିଆ ଦୁଇ ଦିନିଆ ବୌଦ୍ଧ ଗସ୍ତରେ ଆସି ଜିଲାରେ ମାଓବାଦୀ ଗତିବିଧି ଓ ଆଇନଶୃଙ୍ଖଳା ନେଇ...

ଓମଫେଡ୍‌ ଘିଅ ବ୍ୟବହାର ନିଷ୍ପତ୍ତି ନେଇ ଏମିତି କହିଲେ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ

ଭୁବନେଶ୍ୱର,୧୮ା୧୦: ଶ୍ରୀମନ୍ଦିରରେ କେବଳ ଓମଫେଡ୍‌ ଘିଅ ବ୍ୟବହାର ନିଷ୍ପତ୍ତି ଆମ ପାଇଁ ଗର୍ବ ବୋଲି କହିଛନ୍ତି ଓମଫେଡ୍‌ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ। ଶ୍ରୀମନ୍ଦିରରେ କେବଳ...

ନିଖୋଜ ନାବାଳକଙ୍କ ମିଳିଲା ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ପାଟଣାଗଡ଼,୧୮।୧୦: ବଲାଙ୍ଗୀର ଜିଲା ଲାଠୋର ଥାନା ଝଲିଆଲିଟି ପାହାଡ଼ ଉପରୁ ଶୁକ୍ରବାର ଜଣେ ନାବାଳକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ପୋଲିସ ମୃତଦେହ ଜବତ କରି...

ସମସ୍ତଙ୍କ ପାଇଁ ହେବ ବ୍ୟବସ୍ଥା, ପ୍ରତିଶ୍ରୁତି ଦେଲେ ଜୟନ୍ତୀ ଷଡ଼ଙ୍ଗୀ

ପୁରୀ,୧୮ା୧୦: ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ପୁରୀରେ ଭିଡ ଲଗାଇଛନ୍ତି ହବିଷ୍ୟାଳି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ତେବେ ଏହାରି...

କଂସ ଅଭିନେତାଙ୍କ ଅଡୁଆ ବଢ଼ିଲା, ମହାପ୍ରୟାଣ ଗାଡ଼ି ବାବଦ ଟଙ୍କା ନେବା ପଡ଼ିଲା ମହଙ୍ଗା

ବରଗଡ଼,୧୮।୧୦(ପ୍ରେମାନନ୍ଦ ଖମାରୀ): ମହାପ୍ରୟାଣ ଗାଡ଼ିରେ ମୃତଦେହ ପରିବହନ ବାବଦକୁ ମୃତକଙ୍କ ସମ୍ପକୀୟଙ୍କଠାରୁ ଟଙ୍କା ନେବା ଘଟଣା ବରଗଡ଼ ଜିଲା ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଡ୍ରାଇଭର ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri