ବିବାହ କରିବାକୁ ମନା କରିବାରୁ ପ୍ରେମିକାଙ୍କୁ ଅପହରଣ କରିନେଲେ ପ୍ରେମିକ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୧୯ା୧୦ (ସୂର୍ଯ୍ୟକାନ୍ତ ବେହେରା):ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ସ୍ଥାନୀୟ ଥାନା ଅଞ୍ଚଳର ଏସ୍‌କେ ବୋନି ଅମିନ। ତାଙ୍କଠାରୁ ଅପରାଧରେ ବ୍ୟବହୃତ ବୁଲେଟକୁ ଜବତ କରାଯାଇଛି। ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାନୁସାରେ, ପୀଡିତା ଯୁବତୀ ଓ ଅଭିଯୁକ୍ତ ବୋନିଙ୍କ ମଧ୍ୟରେ ଗତ ଚାରିବର୍ଷ ହେବ ପ୍ରେମ ସମ୍ପର୍କ ଥିଲା। ବୋନିଙ୍କୁ ବିବାହ କରିବା ଲାଗି ପୀଡିତା ତାଙ୍କ ଘରେ ଜଣାଇ ଥିଲେ ମଧ୍ୟ ଘର ଲୋକେ ଏଥିରେ ରାଜି ହୋଇ ନ ଥିଲେ। ଫଳରେ ପୀଡିତା ଜଣକ ଏନେଇ ପ୍ରେମିକ ବୋନିଙ୍କୁ ଜଣାଇବା ସହ ସମ୍ପର୍କ ନ ରଖିବା ଲାଗି କହିଥିଲେ। ଏଥିରେ ସେ ପ୍ରତିଶୋଧ ପରାୟଣ ହୋଇ ଗତ ୧୪ ତାରିଖ ରାତିରେ ପୀଡିତା ଶ୍ରିୟା ଛକରେ ଥିବା ଏକ ଜଳଖିଆ ଦୋକାନରୁ ଘରକୁ ଫେରୁଥିବାବେଳେ ତାଙ୍କୁ ଅପହରଣ କରିନେଇଥିଲେ। ତାଙ୍କୁ ବିବାହ ଲାଗି ଘରେ ମନାଇବା ଲାଗି ତାଙ୍କ ଉପରେ ଚାପ ପକାଇବା ସହିତ ତାଙ୍କୁ ମାଡ ମାରିଥିଲେ। ପୀଡିତା ଏହାର ବିରୋଧ କରିବାରୁ ଅଭିଯୁକ୍ତ ବୋନି ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ଜି କଭରେଜ୍‌ରେ ଜିଓ ଶ୍ରେଷ୍ଠ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):୫ଜି କଭରେଜ୍‌ ଉପଲବ୍ଧତା ଏବଂ ଡାଉନଲୋଡ୍‌ ସ୍ପିଡ୍‌ ଅନୁଭୂତି ପ୍ରଦାନ କରିବାରେ ରିଲାଏନ୍ସ ଜିଓ ସର୍ବାଗ୍ରେ ରହିଛି। ବିଶ୍ୱର ଅନ୍ୟତମ ପ୍ରମୁଖ ମାନକ ବିଶ୍ଳେଷଣ...

ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ପନ୍ତିବଡ଼ୁ ସେବକ ନିଲମ୍ବିତ

ପୁରୀ,୧୯।୧୦: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି...

ଟ୍ରେନ୍‌ରେ ବାଣ ପରିବହନ କଲେ ଜେଲ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଦୀପାବଳି ପାଖେଇ ଆସୁଥିବାରୁ ବାଣଜନିତ ସମ୍ଭାବ୍ୟା ବିପଦକୁ ଏଡାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଟ୍ରେନରେ ବାଣ ଓ ଅନ୍ୟାନ୍ୟ...

ଏଯାଏ ପିଲାଙ୍କୁ ମିଳିଲାନି ୟୁନିଫର୍ମ, ଜୋତା: ଆନ୍ଦୋଳନ ଚେତାବନୀ ଦେଲା ଅଭିଭାବକ ସଂଘ

ଭୁବନେଶ୍ୱର,୧୯ା୧୦(ଶର୍ମିଷ୍ଠା ପାଣିଗ୍ରାହୀ):ଶିକ୍ଷାବର୍ଷ ଅଧା ହେଲାଣି। ହେଲେ ଏଯାଏ ପିଲାଙ୍କୁ ମିଳିଲା ନାହିଁ ସ୍କୁଲ ୟୁନିଫର୍ମ ଓ ଜୋତା। ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ଅସନ୍ତୋଷ...

ବିଜେଡି ଛାଡ଼ି ଏମିତି କହିଲେ ବିଜୟଲକ୍ଷ୍ମୀ

ଭୁବନେଶ୍ୱର,୧୮।୧୦: ବିଜେଡିକୁ ପୁଣି ଝଟ୍‌କା ଲାଗିଛି । ଜଣଙ୍କ ପରେ ଜଣେ ଦଳ ଛାଡ଼ୁଥିବା ବେଳେ ଶୁକ୍ରବାର  ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର।ଭୁବନେଶ୍ବର ମହିଳା...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ?

  ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ଓଡ଼ିଶାର ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ଚୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହେବ। ୨ ଜଣ ବରିଷ୍ଠ ନେତାଙ୍କୁ ଏନେଇ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri