Posted inଜାତୀୟ

ପ୍ରେମିକାଙ୍କୁ ହତ୍ୟା କରି ୫୦ ଖଣ୍ଡ କଲେ ପ୍ରେମିକ: ଭୁଲ୍‌ ଥିଲା ଏମିତି…

ରାଞ୍ଚତ୍, ୨୮।୧୧ (ପି.ଟି.):ଝାଡ଼ଖଣ୍ଡ ଖୁଣ୍ଟି ଜିଲାର ଉପାନ୍ତ ଅଞ୍ଚଳରୁ ବୁଧବାର ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍‌ନାକୁ ଆସିଛି। କଂସେଇ ଭାବେ କାର୍ଯ୍ୟ କରୁଥିବା ନରେଶ ଭେଙ୍ଗରା ନାମକ ଜଣେ ୨୫ ବର୍ଷୀୟ ଯୁବକ ନିଜ ବାନ୍ଧବୀଙ୍କୁ ହତ୍ୟା କରିବା ସହ ତାଙ୍କ ଶରୀରକୁ ୫୦ ଖଣ୍ଡ କରି କାଟିଦେଇଛନ୍ତି। ସ୍ଥାନୀୟ ଜରିଆଗଡ଼ ଥାନା ଜୋର୍ଡାଗ ଗ୍ରାମରେ ନରେଶ ପୂର୍ବରୁ ଜଣେ ୨୪ ବର୍ଷୀୟା ଯୁବତୀଙ୍କ ଦେଢ଼ ବର୍ଷ ପାଇଁ ଲିଭ୍‌-ଇନ୍‌ ସମ୍ପର୍କରେ ରହିଥିଲେ। ପରେ କାମ ଖୋଜିବା ପାଇଁ ପୀଡ଼ିତା ଯୁବତୀ ତାମିଲନାଡ଼ୁ ପଳାଇଥିଲେ। ଏହାରି ମଧ୍ୟରେ ନରେଶ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି। ଗତ ୨୪ରେ ପୀଡ଼ିତା ଯୁବତୀ ଝାଡ଼ଖଣ୍ଡ ଆସିଥିଲେ ଓ ନରେଶଙ୍କ ଦ୍ୱିତୀୟ ବିବାହକୁ ବିରୋଧ କରିଥିଲେ। ପୀଡ଼ିତାଙ୍କ ସହ ନରେଶଙ୍କ ପ୍ରବଳ ଝଗଡ଼ା ହୋଇଥିଲା। ସେ ଉତ୍ତେଜିତ ହୋଇ ପୀଡ଼ିତାଙ୍କ ଗଳା ଚିପି ହତ୍ୟା କରିଥିଲେ ଏବଂ ପରେ କୁରାଢ଼ିରେ ତାଙ୍କ ଶରୀରକୁ କାଟି ୫୦ ଖଣ୍ଡକରି ଦେଇଥିଲେ। ପରେ ନରେଶ ଯୁବତୀଙ୍କ ଶରୀରର ଖଣ୍ଡଗୁଡ଼ିକୁ ମାଟିରେ ପୋତି ଦେଇଥିଲେ। ପୋଲିସ ବୁଧବାର ଅଭିଯୁକ୍ତ ନରେଶଙ୍କୁ ଗିରଫ କରିବା ସହ ଘଟଣାର ପର୍ଦ୍ଦାଫାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ: ଉପସ୍ଥିତ ରହିଲେ ପୁଅ, ଝିଅ

ନୂଆଦିଲ୍ଲୀ,୨୮।୧୧: କେରଳର ଓ୍ବାୟନାଡ୍‌ ସଂସଦୀୟ ଆସନରୁ ବିଜୟ ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ସଂସଦରେ ଲୋକ ସଭା ସଦସ୍ୟା ଭାବେ ଶପଥ...

ବଳ ଗୋଟାଉଛି ବାତ୍ୟା: ରେଡ୍‌ ଆାଲର୍ଟ ଜାରି, ଏହିସବୁ ଜିଲାରେ ଭୀଷଣ ବର୍ଷା

ନୂଆଦିଲ୍ଲୀ,୨୮।୧୧:ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳ ମୁହାଁ ଗଭୀର ଅବପାତ। ଆଜି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ବାତ୍ୟାରେ ପରିଣତ ହେବା ପରେ...

ସରକାର ନ ହେଉଣୁ ସୋରେନ-ରାହୁଲଙ୍କ ମଧ୍ୟରେ ଫାଟ, କ୍ୟାବିନେଟରେ ମିଳିବନି ସ୍ଥାନ!

ରାଞ୍ଚି,୨୮।୧୧: ଝାଡଖଣ୍ଡରେ ଆଜି ଶପଥ ନେବେ ହେମନ୍ତ ସୋରେନ। ଏନେଇ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି। ତେବେ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ଏବେ ତାଙ୍କ...

କୁନୋ ଜାତୀୟ ପାର୍କରେ ପୁଣି ଆଖିବୁଜିଲେ ୨ ଚିତା

ଭୋପାଳ,୨୮।୧୧: ମଧ୍ୟପ୍ରଦେଶର ଶୋପୁର ଜିଲାର କୁନୋ ଜାତୀୟ ପାର୍କରେ ଆଫ୍ରିକୀୟ ଚିତା ନିର୍ବାର ୨ ଶାବକଙ୍କ ମୃତଦେହ ମିଳିଛି। ଉଭୟ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ମିଳିଥିଲା।...

ଶିନ୍ଦେଙ୍କ ଚକ୍ରବ୍ୟୁହରେ ଫସିଗଲେ ଅଜିତ ପାଓ୍ବାର, ଏବେ କରିବେ କ’ଣ…

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ପଦବୀ ଦୌଡ଼ରୁ ନିଜକୁ ଦୂରେଇ ରଖି ଭାଜପା ପାଇଁ ରାସ୍ତା ସଫା କରିଛନ୍ତି। ସେ ଭାଜପାକୁ ତାଙ୍କ ବଡ଼...

ପ୍ରତି ୫ରେ ଜଣେ ନାବାଳିକା ବାଲ୍ୟବିବାହର ଶିକାର

ନୂଆଦିଲ୍ଲୀ,୨୮ା୧୧: ଗତ ବର୍ଷକ ମଧ୍ୟରେ ଦେଶରେ ପ୍ରାୟ ୨ ଲକ୍ଷ ବାଲ୍ୟବିବାହକୁ ରୋକାଯାଇଛି। ଏହାସତ୍ତ୍ୱେ ପ୍ରତି ୫ ଜଣରେ ଜଣେ ଝିଅ ବିବାହ ବୟସ ୧୮...

ଆଜି ଶପଥ ନେବେ ହେମନ୍ତ ସୋରେନ୍‌: ସୁରକ୍ଷା କଡ଼ାକଡ଼ି

ରାଞ୍ଚତ୍, ୨୮ା୧୧:ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଗୁରୁବାର ରାଜ୍ୟର ଚତୁର୍ଦ୍ଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାପୂର୍ବରୁ ସେ ବୁଧବାର ରାଞ୍ଚତ୍ସ୍ଥିତ ମୋରହାବାଦି ମୈଦାନରେ ନୂଆ...

ସଂସଦରେ ଏକସଙ୍ଗେ ୩ ଗାନ୍ଧୀ

ନୂଆଦିଲ୍ଲୀ,୨୮ା୧୧: କେରଳର ଓ୍ବାୟନାଡ୍‌ ସଂସଦୀୟ ଆସନରୁ ବିଜୟ ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ଲୋକ ସଭା ସଦସ୍ୟା ଭାବେ ଶପଥ ନେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri