Categories: ଫୁରସତ

ମୃତ୍ୟୁ ପୂର୍ବରୁ ଆଇସିୟୁରେ ପ୍ରେମିକାଙ୍କୁ ବିବାହ କଲେ ପ୍ରେମିକ

ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ୧୮ ମାସ ପୂର୍ବରୁ ଦୁହିଁଙ୍କର ସାକ୍ଷାତ ହୋଇଥିଲା। ଏହା ପରେ ପରସ୍ପର ନିକଟତର ହୋଇଥିଲେ। ବିବାହ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ପ୍ରେମିକ। ଉଭୟ ପରିବାର ଲୋକେ ଏଥିରେ ରାଜି ବି ହୋଇଥିଲେ। ମାତ୍ର ଗୋଟିଏ ଦୁର୍ଘଟଣା ସବୁକିଛି ବଦଳାଇ ଦେଲା।

ବ୍ରିଟେନର ୩୪ବର୍ଷୀୟ ଜିମ୍‌ ମ୍ୟାନେଜର ଗ୍ରେସ୍‌ ପିଟର୍ସ ଏବଂ ତାଙ୍କ ପ୍ରେମିକା ୨୮ ବର୍ଷୀୟା ଏନା ଲେଗର ପରସ୍ପରକୁ ବହୁତ ଭଲ ପାଉଥିଲେ। ଗ୍ରେସ୍‌ ଏନାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହା ପୂର୍ବରୁ ଏନା ଏକ କାର୍‌ ଦୁର୍ଘଟଣାର ଶିକାର ହୋଇଥିଲେ। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଆଇସିୟୁରେ ରହିବାକୁ ପଡ଼ିଥିଲା। ଗ୍ରେସ୍‌ ଜାଣି ସାରିଥିଲେ ଏନା ଆଉ ବଞ୍ଚିବେ ନାହିଁ। ତେଣୁ ସେ ଡାକ୍ତରଙ୍କୁ ଅନୁରୋଧ କରି ଆଇସିୟୁ ଭିତରେ ହିଁ ଏନାଙ୍କୁ ବିବାହ କରିଥିଲେ। ଏହି ଦୁଃଖଦ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share