ଭାଲେଣ୍ଟାଇନ୍ସ୍‌ ଡେ’ରେ ‘ ବୟଫ୍ରେଣ୍ଡ୍‌ ଅନ୍‌ ରେଣ୍ଟ୍‌’ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ…

ଦରଭଙ୍ଗା,୧୪ା୨: ସୋମବାର ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବାଳକ ଏକ ପୋଷ୍ଟର ମାଧ୍ୟମରେ ଏକୁଟିଆ ଯନ୍ତ୍ରଣାକୁ ବହୁତ ଭଲ ଭାବରେ ବର୍ଣ୍ଣନା କରୁଛନ୍ତି।
ଏହି ଭାଇରାଲ ଭିଡିଓ ବିହାରର ଦରଭଙ୍ଗା ଜିଲାର। ଏଥିରେ ଜଣେ ବାଳକ ହାତରେ ପୋଷ୍ଟର ଧରି ଦରଭଙ୍ଗା ମହାରାଜ କ୍ୟାମ୍ପସରେ ଠିଆ ହୋଇଛନ୍ତିି। ‘ ବୟଫ୍ରେଣ୍ଡ୍‌ ଅନ୍‌ ରେଣ୍ଟ୍‌’ ଏହି ପୋଷ୍ଟରରେ ଲେଖାଯାଇଛି। ବାଳକ ଜଣକ ଏହି ପୋଷ୍ଟର ସହିତ ଦୀର୍ଘ ସମୟ ଧରି ରାସ୍ତାରେ ଛିଡା ହୋଇଛନ୍ତି। ବାଟରେ ଯିବା ଆସିବା ସମୟରେ ଲୋକମାନେ ତାଙ୍କୁ ଦେଖିବାରେ ଲାଗିଛନ୍ତି।

୨ ମିନିଟ୍‌ ୧୭ ସେକେଣ୍ଡର ଏହି ଭିଡ଼ିଓରେ ପିଲା ଜଣକ କହିଛନ୍ତି ଯେ ଏହା କରିବା ପଛରେ ତାଙ୍କର ଏକ ବିଶେଷ ଉଦ୍ଦେଶ୍ୟ ଅଛି। ସେ କହିଛନ୍ତି ଯେ ଭାଲେଣ୍ଟାଇନ୍ସ ଡେ’ରେ ମୋର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ମଧ୍ୟରେ ପ୍ରେମ ବାଣ୍ଟିବା। ସେ କହିଛନ୍ତି ଯେ ଆଜିକାଲି ଲୋକମାନେ ଉଦାସୀନତା, ନିରାଶା ଏବଂ ଚାପର ସମ୍ମୁଖୀନ ହେଉଛନ୍ତି। ଯେଉଁମାନେ ଅବିବାହିତ ସେମାନଙ୍କ ପାଇଁ ଏହା ଏକ ବଡ଼ ସମସ୍ୟା ।

ଏହି ମଜାଳିଆ ପୋଷ୍ଟର ପଛର ଉଦ୍ଦେଶ୍ୟ ଥିଲା ଏକୁଟିଆ ଲୋକଙ୍କୁ ବୁଝାଇବା। ସେମାନଙ୍କଠାରୁ ନିରାଶା ଦୂର ହେଉ। ଏହା ବ୍ୟତୀତ, ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କୁ ବୁଝାଇବା ଯେ କେବଳ ଗର୍ଲଫ୍ରେଣ୍ଡର ସମ୍ପର୍କ ଏହି ଦୁନିଆରେ ନାହିଁ। ଘରେ ମାତାପିତା ଏବଂ ଅନ୍ୟ ସଦସ୍ୟଙ୍କ ସହିତ ମଧ୍ୟ ଭାଲେଣ୍ଟାଇନ୍ସ ଡେ’ ପାଳନ କରାଯାଇ ପାରିବ।

Share