Categories: ଫୁରସତ

ବୟଫ୍ରେଣ୍ଡ ତକିଆ

ଅନେକ ସମୟରେ ଯେବେ ବ୍ରେକ୍‌ଅପ୍‌ ହୋଇଯାଏ, ଭାରି ଏକଲା ଅନୁଭବ ହୁଏ। ଲାଗେ ସତେ ଯେମିତି ସବୁ ସରିଗଲା। ପୁରୁଣା ଦିନଗୁଡିକର କଥା ଭାରି ମନେ ପଡେ। ରାତି କଟେନା। ଏହାକୁ ନଜରରେ ରଖି ଆସିଛି ‘ବୟଫ୍ରେଣ୍ଡ ପିଲ୍ଲୋ’ ବା ‘ପୁରୁଷବନ୍ଧୁ ତକିଆ’। ଉକ୍ତ ତକିଆର ସ୍ବତନ୍ତ୍ରତା ହେଉଛି ଏହାର ଆକାର। ଜଣେ ପୁରୁଷଙ୍କ ଛାତିର ଅଧା ଓ ଏକ ହାତ ଥିବା ଏହି ତକିଆକୁ ଧରି ଶୋଇଲେ, ଲାଗିବ ସତେ ଯେମିତି ନିଜ ବୟଫ୍ରେଣ୍ଡଙ୍କ କାନ୍ଧରେ ମୁଣ୍ଡ ରଖି ଶୋଇଛନ୍ତି। ଆଉ ତାଙ୍କ ହାତ ଆପଣଙ୍କ ଉପରେ ରଖାହୋଇଛି। ଫଳରେ ଏକଲା ଅନୁଭବ ହେବନି। ଆଉ ଭଲ ନିଦ ବି ହେବ। କେବଳ ଏହା ବ୍ରେକ୍‌ଅପ୍‌ ହୋଇଥିବା ଯୁବତୀଙ୍କ ପାଇଁ ନୁହେଁ, ବରଂ ଏହା ଏଭଳି ମଣିଷ ପାଇଁ ବି ଉଦ୍ଦିଷ୍ଟ ଯେଉଁମାନେ ଏକା ଶୋଇବାକୁ ଭୟ କରନ୍ତି। ଆଉ ଏହି ତକିଆକୁ ଧରି ଶୋଇଲେ ପାଖରେ କେହି ଥିବା ଭଳି ଅନୁଭବ ହେବ ଓ ଡ଼ର ଲାଗିବ ନାହିଁ।

Share