ଯୁବତୀ ଗର୍ଭବତୀ ପରେ ବିବାହ କରିବାକୁ ମନା କରିଦେଲେ ପ୍ରେମିକ

ନବରଙ୍ଗପୁର, ୧୬।୧୨(ସଦାଶିବ ପ୍ରହରାଜ): ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ଅଭିଯୋଗରେ ନବରଙ୍ଗପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ନବରଙ୍ଗପୁର ଥାନା ବେଡଝରଣ ଗାଁର ଦିଲୀପ କର୍କରା(୩୦)।

ଦିଲୀପ ମାଝୀଗୁଡ଼ା ଗାଁରେ ରହୁଥିଲେ। ସେତିକିବେଳେ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ହୋଇଥିଲା। ସେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ଦିଲୀପ ନିଜ ଗାଁକୁ ଯୁବତୀଙ୍କୁ ନେଇ ପରିବାର ଲୋକଙ୍କ ସହ ଭେଟ କରାଇଥିଲେ। ଏହା ମଧ୍ୟରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ। ଦିଲୀପ ଏହାଜାଣି ତାଙ୍କୁ ମେଡ଼ିସିନ ଦେଇ ଗର୍ଭପାତ କରାଇଥିଲେ। ପରେ ଯୁବତୀଙ୍କୁ ବିବାହ କରିବାକୁ ମନା କରିଦେଲେ। ଯୁବତୀ ଜଣକ ପ୍ରତାରଣାର ଶିକାର ହୋଇଥିବା ନେଇ ନବରଘଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା(ନଂ.୫୧୯/୨୩) ରୁଜୁ କରିଥିଲା। ପୋଲିସ ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share