ପ୍ରେମିକାରୁ ସ୍ତ୍ରୀ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ବେଶ୍‌ ଜଣାଶୁଣା ଗାୟିକା ପଲକ ମୁଛାଲ ମ୍ୟୁଜିକ୍‌ କମ୍ପୋରଜର କମ୍‌ ସିଙ୍ଗର ମିଥୁନଙ୍କୁ ବିବାହ କରିଛନ୍ତି। ରବିବାର ସକାଳେ ମୁମ୍ବାଇରେ ଦୁହେଁ ବାହା ହୋଇଥିବାବେଳେ ସନ୍ଧ୍ୟାରେ ସେମାନେ ରିସେପ୍ସନ୍‌ ପାର୍ଟିର ଆୟୋଜନ କରିଥିଲେ। ପାର୍ଟିରେ ବଲିଉଡ୍‌ ଓ ଟେଲି ଜଗତର ଅନେକ କଳାକାର ଯୋଗ ଦେଇଥିଲେ। ପଲକ ଓ ମିଥୁନ କିିଛିଦିନ ପ୍ରେମ ସମ୍ପର୍କରେ ରହିବା ପରେ ବିବାହର ନିଷ୍ପତ୍ତି ନେଇଥିଲେ। ପଲକ ହିନ୍ଦୀ ଫିଲ୍ମ ଜଗତକୁ ଅନେକ ହିଟ୍‌ ଗୀତ ଭେଟି ଦେଇଥିବାବେଳେ ମିଥୁନଙ୍କର ଫ୍ୟାନ୍‌ ଫଲୋୟର୍ସ ମଧ୍ୟ କମ୍‌ ନାହାନ୍ତି।

Share