Categories: ଫୁରସତ

ନଦୀକୂଳରେ ବସି ପ୍ରେମିକାଙ୍କ ମୁଣ୍ଡରୁ ଉକୁଣୀ ବାଛୁଛନ୍ତି ପ୍ରେମିକ; ଭିଡିଓ ଦେଖିଲେ କହିବେ…

ପ୍ରେମ ହେଉଛି ଦୁନିଆର ସବୁଠାରୁ ସୁନ୍ଦର ଅନୁଭବ। ଯେଉଁମାନଙ୍କୁ ଜୀବନରେ ବାସ୍ତବ ପ୍ରେମ ମିଳିଥାଏ ସେମାନଙ୍କ ଖୁସିର ପରିସୀମା ନ ଥାଏ। ଏମିତିରେ ଅନେକ ପ୍ରେମକାହାଣୀ ଆପଣ ଶୁଣିଥିବେ। ହେଲେ ଆମେ ଯେଉଁ ପ୍ରେମିକଙ୍କ ବିଷୟରେ କଥା ହେବାକୁ ଯାଉଛୁ ସେ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଅନେକ ତାଙ୍କୁ ‘ଶ୍ରେଷ୍ଠ ପ୍ରେମିକ’ ବୋଲି କହିବା ସହ ତାଙ୍କଠାରୁ ଅଧିକ ପ୍ରେମ କେହି ବି ତାଙ୍କ ପ୍ରେମିକାକୁ କରି ନ ଥିବା କହୁଛନ୍ତି।

ଭିଡିଓରେ ଏକ ନଦୀ କୂଳରେ ପ୍ରେମୀଯୁଗଳ ବସିଥିବା ଦେଖାଯାଉଛି। ପ୍ରେମିକାଜଣଙ୍କ ପ୍ରେମିକଙ୍କୁ ପିଠି କରି ବସିଛନ୍ତି। ପ୍ରେମିକ ତାଙ୍କ ମୁଣ୍ଡରୁ କିଛି ଖୋଜୁଛନ୍ତି। ସେ କ’ଣ କରୁଛନ୍ତି ବୋଲି ଭାବିବା ବେଳେ ପ୍ରେମିକାଙ୍କ ମୁଣ୍ଡରୁ ସେ କିଛି ବାହାର କରୁଥିବା ଦେଖିବାକୁ ମିଳିବ। ତେବେ ସେ ଆଉ କିଛି ନୁହେଁ ବରଂ ପ୍ରେମିକାଙ୍କ ମୁଣ୍ଡରୁ ଉକୁଣୀ ବାଛୁଥିବା ସ୍ପଷ୍ଟ ହୋଇଛି।

ଭିଡିଓଟିକୁ Ghantaa ନାମକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓ ଦେଖି ଅନେକ ଏଭଳି ପ୍ରେମିକ ଦେଖି ନ ଥିବା କହୁଛନ୍ତି। ଭିଡିଓକୁ ବେଶ ପସନ୍ଦ କରାଯାଉଥିବା ବେଳେ ଏଯାବତ ପ୍ରାୟ ୨ ଲକ୍ଷ ଲୋକ ପସନ୍ଦ କରିସାରିଲେଣି।

ଦେଖନ୍ତୁ ଭିଡିଓ:

Share