ବୟଫ୍ରେଣ୍ଡଙ୍କ ଆକୁଳ ନିବେଦନ: ମୁଖ୍ୟମନ୍ତ୍ରୀ ମହାଶୟ ବିବାହ ବନ୍ଦ କରିଦିଅନ୍ତୁ, ମୋ ଗର୍ଲଫ୍ରେଣ୍ଡ…

ଜୟପୁର,୯।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କରୋନା ମହାମାରୀ ଯୋଗୁ ବିବାହ ନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ। ଏବେ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ବିବାହ ବନ୍ଦ କରିବାକୁ ଆକୁଳ ନିବେଦନ କରିଛନ୍ତି। ଆସନ୍ତାକାଲି ମୋ ଗର୍ଲଫ୍ରେଣ୍ଡର ବିବାହ। ମୁଖ୍ୟମନ୍ତ୍ରୀ ମହାଶୟ ତୁରନ୍ତ କଟକଣା କଡାକଡି କରିଦିଅନ୍ତୁ। ସଂକ୍ରମଣ ବଢୁଥିବାରୁ ଏବେ ବିବାହ ଉତ୍ସବ ଉପରେ ମଧ୍ୟ ରୋକ ଲଗାଇ ଦିଅନ୍ତୁ । ମେ ୪ ରାତିରେ କଟକଣା ଘୋଷଣା କଲେ ମେ ୫ରେ ଥିବା ମୋ ଗର୍ଲଫ୍ରେଣ୍ଡର ବିବାହ ମଧ୍ୟ ବନ୍ଦ ହୋଇଯିବ। ଗର୍ଲଫ୍ରେଣ୍ଡର ବିବାହ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଏହି ପାଗଳ ପ୍ରେମିକ । ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିବା ମାତ୍ରେ ଫେସବୁକ ବ୍ୟବହାରକାରୀମାନେ ଏହାର ସ୍କ୍ରିନ ସଟ ନେଇ ଭାଇରାଲ କରିଥିଲେ। ସୋସିଆଲ ମିଡିଆରେ ଏବେ ଏହା ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ, ରାଜସ୍ଥାନ କ୍ୟାବିନେଟ ମେ ୧୦ରୁ ମେ ୨୪ ପର୍ଯ୍ୟନ୍ତ ରାଜ୍ୟରେ କଡା ଲକଡାଉନ୍‌ ଲଗାଇବାକୁ ନିଷ୍ପତ୍ତି ନେଇଛି। ସେହି ଅନୁଯାୟୀ, କେବଳ ୧୧ ଜଣଙ୍କ ଉପସ୍ଥିତିରେ କୋର୍ଟ କିମ୍ବା ଘରେ ବିବାହ ସମାରୋହ ଆୟୋଜନ କରିବାକୁ ଅନୁମତି ଦିଆଯାଇଛି। ଏହାପୂର୍ବରୁ ମେ ୨ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ତାଙ୍କ ଫେସବୁକ ପେଜ ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ ଯେ ଯେଉଁମାନଙ୍କ ଘରେ ବିବାହ ଅଛି ସେମାନଙ୍କୁ ତୁରନ୍ତ ସ୍ଥଗିତ ରଖିବା ଉଚିତ୍‌। ମେ ୨ ରେ ଅଙ୍କୁର ଦୌରୱାଲ ନାମକ ଜଣେ ଜଣେ ଯୁବକ ଉକ୍ତ ପୋଷ୍ଟ ଉପରେ ଏହି ମନ୍ତବ୍ୟ ଦେଇଥିଲେ।

 

Share