ଏହି ୪ ଅକ୍ଷର ନାମଧାରୀ ଯୁବତୀଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ଯୁବକ; ଜାଣନ୍ତୁ କ’ଣ କୁହେ ଜ୍ୟୋତିଷଶାସ୍ତ୍ର

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିର ନାମରୁ ତାର ଜୀବନ ଏବଂ ସ୍ବଭାବ ବିଷୟରେ ବହୁତ କିଛି ଜାଣିବାକୁ ମିଳିଥାଏ। କାରଣ ପ୍ରତିଟି ଅକ୍ଷର କୌଣସି ନା କୌଣସି ଗ୍ରହର। ଆଜି ଆମେ ସେଭଳି କିଛି ନାମ ବିଶିଷ୍ଟ ଯୁବତୀଙ୍କ ବିଷୟରେ କଥା ହେବା,ଯାହାଙ୍କ ପାଇଁ ପୁଅମାନେ ସବୁଠାରୁ ବେଶୀ ପାଗଳ ଥାନ୍ତି। ସେମାନଙ୍କୁ ତାଙ୍କ ପାର୍ଟନର ବହୁତ ଭଲ ପାଇଥାନ୍ତି।

‘କେ’ ନାମର ଯୁବତୀ: ଯେଉଁମାନଙ୍କ ନାମ ‘କେ’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ବେଶ୍‌ ଆଟ୍ରାକ୍ଟିଭ୍‌ ହୋଇଥାନ୍ତି। ତାଙ୍କ ସ୍ବଭାବ ଯୋଗୁ ଯେ କାହାର ବି ହୃଦୟ ଜିତିପାରନ୍ତି। ଏମାନେ ଯେତେବେଳେ ପ୍ରେମରେ ପଡ଼ନ୍ତି, ସେତେବେଳେ ସମ୍ପୂର୍ଣ୍ଣ ଭାବେ ନିଜକୁ ସମର୍ପିତ କରିଦିଅନ୍ତି। ଭଲପାଇବା ମାମଲାରେ ଏମାନେ ବହୁତ ସଚ୍ଚୋଟ ହୋଇଥାନ୍ତି। ପୁଅମାନେ ଏମାନଙ୍କ ପ୍ରତି ଶୀର୍ଘ ଆକର୍ଷିତ ହୋଇଥାନ୍ତି।

‘ପି’ ନାମର ଯୁବତୀ: ଯେଉଁ ଯୁବତୀଙ୍କ ପ୍ରଥମ ଅକ୍ଷର ‘ପି’ ହୋଇଥାଏ, ସେମାନେ ଶାନ୍ତ ସ୍ବଭାବର। ଅନ୍ୟମାନଙ୍କଠାରୁ ଏମାନେ ବହୁତ ଅଲଗା ହୋଇଥାନ୍ତି। ଭିନ୍ନ ସ୍ବଭାବର ହୋଇଥିବା ହେତୁ ପୁଅମାନେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଯାଇଥାନ୍ତି। ପାର୍ଟନରଙ୍କୁ ଏମାନେ ବହୁତ ଭଲ ପାଇଥାନ୍ତି। ସେମାନେ ପ୍ରତିଟି ଖୁସିର ଯତ୍ନ ନେଇଥାନ୍ତି।

‘ଆର୍‌’ ନାମର ଯୁବତୀ: ଯେଉଁମାନଙ୍କ ନାମ ‘ଆର୍‌’ ଅକ୍ଷରରୁ ଆରମ୍ଭ ସେମାନେ ସ୍ବାମୀଙ୍କୁ ବହୁତ ଭଲ ପାଇଥାନ୍ତି। ପାର୍ଟନରଙ୍କୁ ଖୁସି କରିବା ଲାଗି ଏମାନେ ନୂଆ-ନୂଆ ଉପାୟ ବାହାର କରିଥାନ୍ତି। ପୁଅମାନେ ଏହି ନାମଧାରୀ ଯୁବତୀଙ୍କ ପ୍ରତି ସବୁଠାରୁ ଅଧିକ ଆକର୍ଷିତ ହୋଇଥାନ୍ତି। ଏମାନେ ସଚ୍ଚୋଟତାର ସହ ନିଜ ସମ୍ପର୍କ ତୁଲାଇଥାନ୍ତି।

‘ଏସ୍‌’ ନାମର ଯୁବତୀ:
ଯେଉଁ ଯୁବତୀଙ୍କ ନାମ ‘ଏସ୍‌’ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କର ଜୀବନସାଥୀ ବହୁତ ସ୍ନେହୀ ସ୍ବଭାବର ହୋଇଥାନ୍ତି। ସବୁ ପରିସ୍ଥିତିରେ ଏମାନେ ପାର୍ଟନରଙ୍କ ସହ ରହିଥାନ୍ତି। ନିସ୍ବାର୍ଥଭାବେ ସ୍ବାମୀଙ୍କ ଏମାନେ ସେବା କରିଥାନ୍ତି। ସ୍ନେହୀ ସ୍ବଭାବ ଯୋଗୁ ପୁଅମାନେ ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି।